ପିଲାଖେଳ ନୁହେଁ

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ କରାଯାଇଥିବା ‘ଅପରେଶନ ସିନ୍ଦୂର’କୁ ନେଇ ପ୍ରତି ଦିନ କିଛି ନା କିଛି ନୂଆ ଘଟଣା ପଦାକୁ ଆସୁଛି। ସଦ୍ୟ ବିଷୟ ଉପରେ ଦୃଷ୍ଟି ଦେଲେ ଉକ୍ତ ଅଭିଯାନ ପରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଭାରତର ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଅନିଲ ଚୌହ୍ବାନ ସିଙ୍ଗାପୁରରେ ଆୟୋଜିତ ଶାଙ୍ଗ୍‌ରି-ଲା ଡାଏଲଗ୍‌ରେ କହିଛନ୍ତି, ଭାରତ ଓ ପାକିସ୍ତାନ ମଧ୍ୟରେ ମେ ୭ରୁ ୧୦ ଯାଏ ହୋଇଥିବା ସଂଘର୍ଷରେ ଭାରତୀୟ ଯୁଦ୍ଧ ବିମାନ ଖସିଥିଲା। କେତେ ଲଢ଼ୁଆ ବିମାନ ଖସିଛି ସେହି ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ କାହିଁକି ଖସିଥିଲା ତାହା ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ସେ କହିବା ବେଳେ ଭାରତର ୬ ଯୁଦ୍ଧ ବିମାନକୁ ଖସାଇଥିବା ନେଇ ପାକିସ୍ତାନ ଦାବିକୁ ଖଣ୍ଡନ କରିଛନ୍ତି। ଭାରତର ସର୍ବୋଚ୍ଚ ର଼୍ୟାଙ୍କ୍‌ର ସାମରିକ ଅଧିକାରୀଙ୍କ ଏଭଳି ସ୍ବୀକାରୋକ୍ତି ସ୍ପଷ୍ଟ କରିଦେଲା ଯେ, ଭାରତ ଅପରେଶନ ସିନ୍ଦୂରରେ ଯୁଦ୍ଧ ବିମାନ ହରାଇଛି। ଏଥିରେ କେହି ବ୍ୟତିବ୍ୟସ୍ତ ହେବାର କାରଣ ନାହିଁ। ଯୁଦ୍ଧରେ ଉଭୟ ପକ୍ଷର କ୍ଷତି ଘଟିବା ସ୍ବାଭାବିକ। ଉଦାହରଣ ସ୍ବରୂପ, ଜୁନ୍‌ ୧ରେ ଛୋଟିଆ ଦେଶ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ବିରାଟକାୟ ରାଷ୍ଟ୍ର ରୁଷିଆର ୪୦ରୁ ଅଧିକ ଲଢ଼ୁଆ ବିମାନ ଏକସଙ୍ଗେ ଧ୍ୱଂସ ପାଇଗଲା। ଲକ୍ଷ୍ୟ କରିବାର କଥା ଯେ, ଏହି କ୍ଷତିକୁ ତତ୍‌କ୍ଷଣାତ୍‌ ରୁଷିଆ ସରକାର ଗଣମାଧ୍ୟମରେ ସ୍ବୀକାର ମଧ୍ୟ କରିଛି। ଆଧୁନିକ ଯୁଗରେ ଅସତ୍ୟର ଆଶ୍ରୟ ନେଲେ ଧରାପଡ଼ିଯିବାର ସମ୍ଭାବନା ଅଧିକ। ଅପରପକ୍ଷରେ ଦେଶବାସୀ ଏବଂ ବାହାର ଲୋକଙ୍କ ପାଇଁ ସତ୍ୟ ସ୍ବୀକାର କଲେ ସମ୍ମାନହାନି ହୁଏ ନାହିଁ ବୋଲି ରୁଷିଆ ପ୍ରକାଶ କରିଛି।

ଅପରେଶନ ସିନ୍ଦୂର ପରେ କେନ୍ଦ୍ର ସରକାର କହୁଥିଲେ ଯେ, ଭାରତ ପଟରେ କୌଣସି ଅସୁବିଧା ହୋଇ ନାହିଁ, ବରଂ ପାକିସ୍ତାନ ଅନେକ ମାତ୍ରାରେ କ୍ଷତି ସହିଛି। କିନ୍ତୁ ସେହି ସାମରିକ କାର୍ଯ୍ୟାନୁଷ୍ଠାନକୁ ଯେତିକି ଦିନ ବିତୁଛି ନୂଆ ନୂଆ କଥାସବୁ ପଦାକୁ ଆସୁଛି। ସିଡିଏସ୍‌ ଜେନେରାଲ ଚୌହ୍ବାନଙ୍କ ପୂର୍ବରୁ ୨୯ ମେ’ରେ ବାୟୁସେନା ମୁଖ୍ୟ ଅମରପ୍ରୀତ ସିଂ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ବ୍ୟବସାୟିକ ସମ୍ମିଳନୀରେ କହିଥିଲେ, ପ୍ରତିରକ୍ଷା ସାମଗ୍ରୀ ସଂକ୍ରାନ୍ତରେ ଚୁକ୍ତି ସ୍ବାକ୍ଷର ହେଉଥିଲେ ମଧ୍ୟ ସେଗୁଡ଼ିକ ଠିକ୍‌ ସମୟରେ ପହଞ୍ଚତ୍ପାରୁ ନାହିଁ। ଏଥିରୁ ଏହା ବୁଝି ହେଉଛି ଯେ, ଭାରତ ତା’ର ସାମରିକ ଶକ୍ତିକୁ ଦର୍ଶାଇବାକୁ ଯାଇ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ସେଥିରେ ସବୁକିଛି ଠିକ୍‌ ଠାକ୍‌ ଚାଲିନାହିଁ। ଏଥିରୁ ଖିଅ ଟାଣି ଚିନ୍ତା କରାଗଲେ ଯେଉଁ ପ୍ରସଙ୍ଗ ନୂଆ ଆଲୋଚନାର ଅପେକ୍ଷା ରଖୁଛି ତାହା ହେଲା ରାଜନୈତିକ ବ୍ୟାଖ୍ୟାନ ସହିତ ସାମରିକ ବାହିନୀର ସର୍ବୋଚ୍ଚ କର୍ତ୍ତୃପକ୍ଷଙ୍କ କଥାରେ ପାର୍ଥକ୍ୟ ଦୃଶ୍ୟମାନ ହେଉଛି। ହୁଏତ ସେଥିପାଇଁ ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ)ରେ ଏବେ ଜେହାଦୀ, ପାକିସ୍ତାନୀ ଏବଂ ମୁସଲମାନଙ୍କୁ ବିରୋଧ କରିବା ପରିବର୍ତ୍ତେ ଅନେକ ଦେଶପ୍ରେମୀ ବାୟୁସେନା ମୁଖ୍ୟ ଓ ସିଡିଏସ୍‌ଙ୍କୁ କଟୁ ସମାଲୋଚନା ଆରମ୍ଭ କଲେଣି।
ଜେନେରାଲ ଅନିଲ ଚୌହ୍ବାନଙ୍କ ବିବୃତି ପରେ ସେହି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପ୍ରଶ୍ନ ଉଠାଇଛନ୍ତି ଯେ, ସର୍ବୋଚ୍ଚ ସେନା ଅଧିକାରୀଙ୍କ ମନ୍ତବ୍ୟ ପ୍ରଥମେ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଜଣାଇବା ପୂର୍ବରୁ ଭାରତର ସଂସଦ ବା ନାଗରିକଙ୍କୁ ଜଣାଇବାର ଥିଲା। ଏଠାରେ ମନେରଖିବାକୁ ହେବ ଯେ, ଭାରତର ଅଧିକାଂଶ ଗଣମାଧ୍ୟମ ଏବେ ସରକାର ବିରୋଧୀ ମନ୍ତବ୍ୟ ପ୍ରକାଶ କରିବା ପାଇଁ ଭୟ କରୁଛନ୍ତି। ସେମାନଙ୍କ ଭୟ ମଧ୍ୟ ସ୍ବାଭାବିକ। କାରଣ ଯୁଦ୍ଧ ବାତାବରଣରେ କୌଣସି ଅଖାଡୁଆ ମନ୍ତବ୍ୟ ପ୍ରକାଶ କରିଦେଲେ ତାହା ରାଷ୍ଟ୍ର ବିରୋଧୀ ବୋଲି ବିବେଚିତ ହେଉଛି। ସମ୍ଭବତଃ ସେଥିପାଇଁ ସିଡିଏସ୍‌ ଜେନେରାଲ ଚୌହାନ, ଯିଏକି ଏହି ସରକାର ଦ୍ୱାରା ସେହି ପଦବୀ ପାଇଁ ମନୋନୀତ ହୋଇଛନ୍ତି, ସୁଯୋଗ ଦେଖି ସ୍ପଷ୍ଟ ମତ ଦେଇଛନ୍ତି। ଓଡ଼ିଆରେ ଢଗ ଅଛି- ‘ସ୍ଥାନ କାଳ ପାତ୍ର’। ବୁଦ୍ଧିଆ ଲୋକ ନିଶ୍ଚିତ ଭାବରେ ପରିସ୍ଥିତିକୁ ଲକ୍ଷ୍ୟ କରି ନିଜର କାର୍ଯ୍ୟ କରିଥାନ୍ତି। ସେଥିପାଇଁ ଜେନେରାଲ ଚୌହାନଙ୍କ ଅଭିଜ୍ଞତାକୁ ସମ୍ମାନ ଦେଇ ସ୍ବୀକାର କରିବାକୁ ହେବ ଯେ, ତାଙ୍କର ସାମରିକ ଜ୍ଞାନ ତୁଳନାରେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ଜ୍ଞାନ ଗୋଟିଏ ସ୍ତରର କେବେହେଲେ ହୋଇ ନ ଥିବ। ତେଣୁ ଆଧୁନିକ ଯୁଗରେ ସତ୍ୟର ଆଶ୍ରୟ ନେବା ହେଉଛି ବୁଦ୍ଧିମାନର କାର୍ଯ୍ୟ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀର ଗୋଏବେଲ୍ସ ଅନେକ ମିଥ୍ୟା ପ୍ରଚାର କରିଚାଲିଥିଲେ। ସେହି ପ୍ରବଳ ଅସତ୍ୟର ଆଶ୍ରୟ ନେବା ଫଳରେ ତାଙ୍କର ନେତା ଆଡଫ୍‌ ହିଟଲରଙ୍କ ପାଖରେ ଯୁଦ୍ଧର ଦୈନନ୍ଦିନ ବାସ୍ତବ ଚିତ୍ର ପହଞ୍ଚି ପାରିଲା ନାହିଁ। ସେତେବେଳର ଶକ୍ତିଶାଳୀ ଜର୍ମାନୀ ଏବଂ ତା’ର ସହଯୋଗୀ ଦେଶଗୁଡ଼ିକର ପରିସ୍ଥିତି କେଉଁ ମୋଡ଼ ନେଲା ତାହା ମାନବ ଇତିହାସରେ ସବୁବେଳେ ଲିପବଦ୍ଧ ହୋଇ ରହିବ। ଆଜିର ଯୁଗ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟ ମଧ୍ୟରେ ଅନେକ ଅନ୍ତର ସୃଷ୍ଟି ହୋଇଗଲାଣି। ବିଶ୍ୱ ଶକ୍ତି ଭାବେ ପରିଚିତ ଥିବା ଆମେରିକା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କୋରିଆ, ଭିଏଟ୍‌ନାମ, ଇରାକ ଏବଂ ଆଫଗାନିସ୍ତାନ ଭଳି ସବୁ ଯୁଦ୍ଧରେ ପରାଜୟ ସ୍ବୀକାର କରୁଛି। ସେହିଭଳି ଦ୍ୱିତୀୟ ବିଶ୍ୱଶକ୍ତି ଭାବେ ପୂର୍ବରୁ ପରିଚିତ କମ୍ୟୁନିଷ୍ଟ ସୋଭିଏଟ୍‌ ରୁଷିଆ ତା’ର ପଡ଼ୋଶୀ ଦେଶ ଆଫଗାନିସ୍ତାନରେ ଲାଙ୍ଗୁଡ଼ଯାକି ଯେଉଁଭଳି ପରାଜୟ ବରଣ କଲା, ତାହା ସମସ୍ତେ ଜାଣନ୍ତି। ଯୁଦ୍ଧର ଆଖ୍ୟା, ପରିସୀମା ଓ ଚରିତ୍ରରେ ପରିବର୍ତ୍ତନ ଘଟିଲାଣି। ଭାରତୀୟମାନେ କେବେହେଲେ ନିଜ ଦୁଆରମୁହଁରେ ଯୁଦ୍ଧ ଦେଖିନାହାନ୍ତି। ଆମ ପାଇଁ ଅରୁଣାଚଳ, କାର୍ଗିଲ କିମ୍ବା କଶ୍ମୀରରେ ଯୁଦ୍ଧ ହୋଇଥାଏ। ମନେରଖିବାକୁ ହେବ ଯେ ବଡ଼ବଜାର, ଶହୀଦ ନଗର, ଛତ୍ରବଜାର, ବଡ଼ଦାଣ୍ଡ କିମ୍ବା ଅଇଁଠାପଲିରେ ଯୁଦ୍ଧର ସମ୍ଭାବନା ଆମ ଚିନ୍ତା ବାହାରେ। ସେଥିପାଇଁ ଆଜି ଯେଉଁ ଭାରତୀୟମାନେ ଜେନେରାଲ ଚୌହାନଙ୍କୁ ଅଭଦ୍ର ଭାଷା ବ୍ୟବହାର କରି ଗାଳିଗୁଲଜ କରୁଛନ୍ତି, ସେମାନେ ମନେରଖିବା ଦରକାର ଯେ ଯୁଦ୍ଧ କେବେ ହେଲେ ପିଲାଙ୍କ ଖେଳ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri