Categories: ଫୁରସତ

ଶାଢ଼ି ପିନ୍ଧି ରେଷ୍ଟୁରାଣ୍ଟ ଗଲେ ମହିଳା, ପ୍ରବେଶ ଅନୁମତି ଦେଲେ ନାହିଁ କର୍ମଚାରୀ, କାରଣ ଜାଣିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳା ଶାଢ଼ି ପିନ୍ଧିଥିବାରୁ ରେଷ୍ଟୁରାଣ୍ଟ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥିଲେ କର୍ମଚାରୀ ସେ ସମ୍ପର୍କରେ ଜଣାପଡ଼ିଛି।

ଭିଡିଓଟି ସାମ୍ନାକୁ ଆସିବା ପରେ ଲୋକେ ରେଷ୍ଟୁରାଣ୍ଟକୁ ଟ୍ରୋଲ କରୁଛନ୍ତି। ଚୁଇଟରରେ @anitachoudhary ନାମକ ଏକ ଆକାଉଣ୍ଟରେ ୧୬ ସେକେଣ୍ଡ ଭିଡିଓ ଶେୟାର କରିଛନ୍ତି। ଏଥିରେ କୁହାଯାଇଛି, ଆକ୍ୱିଲିଆ ରେଷ୍ଟୁରାଣ୍ଟର କର୍ମଚାରୀ ଜଣେ ମହିଳା ଶାଢ଼ି ପିନ୍ଧିଥିବାରୁ ତାଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ଦେଇ ନ ଥିଲେ।

ଭିଡିଓ ଶେୟାର କରି ଏଥିରେ କ୍ୟାପଶନ ଲେଖାଯାଇଛି, ରେଷ୍ଟୁରାଣ୍ଟକୁ ଶାଢ଼ି ପିନ୍ଧି ଆସିବା ଅନୁମତି ନାହିଁ। ଭାରତୀୟ ଶାଢ଼ି ବର୍ତ୍ତମାନ ସୁଦ୍ଧା ସ୍ମାର୍ଟ ପୋଷାକରେ ଗଣାଯାଉ ନାହିଁ। ତେବେ ସ୍ମାର୍ଟ ପୋଷାକର ସଠିକ୍‌ ଅର୍ଥ ଟିକେ ଦୟାକରି ବୁଝାନ୍ତୁ। ସେତେବେଳେ ମୁଁ ଶାଢ଼ି ପିନ୍ଧିବା ବନ୍ଦ କରିଦେବି। ଭିଡିଓଟିକୁ ସେ ଭାରତ ସରକାରଙ୍କ କିଛି ମନ୍ତ୍ରଣାଳୟକୁ ଟ୍ୟାଗ୍‌ ମଧ୍ୟ କରିଛନ୍ତି।

ଭିଡିଓଟି ୨୦ ସେପ୍ଟେମ୍ବରରେ ଟୁଇଟରରେ ଅପ୍‌ଲୋଡ୍‌ ହୋଇଥିଲା। ଏବେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଲୋକେ ନାନା କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଯଦି ଏହା ସତ ତେବେ ବହୁତ ଖରାପ। ଆଉ ଜଣେ ଲେଖିଛନ୍ତି, ରେଷ୍ଟୁରାଣ୍ଟରେ ଏମିତି ଭେଦଭାବ କ’ଣ ପାଇଁ?।

Share