LOCରୁ ତଳକୁ ଯିବନି ବୁନ୍ଦାଏ ପାଣି…ପାକିସ୍ତାନ ବିରୋଧରେ ମୋଦିଙ୍କ ଜୋରଦାର ଆକ୍ସନ

ନୂଆଦିଲ୍ଲୀ,୧୭।୫: ପାକିସ୍ତାନକୁ ପ୍ରତ୍ୟେକ ବୁନ୍ଦା ପାଣି ପାଇଁ ଆକୁଳ କରିବା ପାଇଁ ଭାରତ ପୁଣି ଥରେ ଓ୍ବାଟର ଷ୍ଟ୍ରାଇକ୍‌ କରିବାକୁ ପ୍ରସ୍ତୁତ ହୋଇଛି। ପ୍ରଥମେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା ଏବଂ ଏବେ ଝେଲମ ନଦୀ ଉପରେ ତୁଲବୁଲ ପ୍ରକଳ୍ପକୁ ପୁନଃଆରମ୍ଭ କରିବା ସମ୍ପର୍କରେ ଖବର ଆସିଛି, ଯାହାକୁ ପାକିସ୍ତାନର ବିରୋଧ ପରେ 1987 ମସିହାରେ ବନ୍ଦ କରିଦିଆଯାଇଥିଲା।

ତୁଲବୁଲ ନାଭିଗେସନ ପ୍ରକଳ୍ପକୁ ଉଲାର ବ୍ୟାରେଜ ପ୍ରକଳ୍ପ ମଧ୍ୟ କୁହାଯାଏ। ଏହା 1980 ଦଶକରେ ଆରମ୍ଭ ହୋଇଥିଲା। ଏହା ବାରାମୂଳାର ଉଲାର ହ୍ରଦର ମୁହାଣରେ ନିର୍ମିତ ହେବାକୁ ଥିବା ଏକ ନିୟନ୍ତ୍ରଣ ସଂରଚନା, ଯାହା ମାଧ୍ୟମରେ ଝେଲମ ନଦୀର ପ୍ରବାହକୁ ନିୟନ୍ତ୍ରଣ କରାଯାଇପାରିବ। ଏହା ଦ୍ୱାରା ଝେଲମ ନଦୀରେ ପାଣି ବନ୍ଦ କରି ପରିବହନକୁ ସହଜ କରାଯାଇପାରିବ। ୧୯୮୪ ମସିହାରେ, ଝେଲମ ନଦୀର ଉଲାର ହ୍ରଦର ମୁହାଣରେ କାମ ଆରମ୍ଭ ହୋଇଥିଲା। ବାମ କୂଳରେ କଂକ୍ରିଟ ପାଇଲିଂ ଏବଂ ଭିତ୍ତିଭୂମି କାର୍ଯ୍ୟ ସମାପ୍ତ ହେବା ପରେ ହିଁ ପାକିସ୍ତାନ ଆପତ୍ତି ଉଠାଇଥିଲା।

ଏହାର ଉଦ୍ଦେଶ୍ୟ ଥିଲା ସାରା ବର୍ଷ ନୌଚାଳନା ସୁବିଧା ଯୋଗାଇବା ଏବଂ ଶୀତଦିନେ ବିଦ୍ୟୁତ ଉତ୍ପାଦନ ବୃଦ୍ଧି କରିବା। ଏହାକୁ ଅନନ୍ତନାଗ, ଶ୍ରୀନଗର ଏବଂ ବାରାମୁଲ୍ଲା ଜିଲ୍ଲାକୁ ସଂଯୋଗ କରିବା ପାଇଁ ର୍ନିମାଣ କରାଯିବାର ଥିଲା। ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ ଝେଲମରେ କୌଣସି ସଂରକ୍ଷଣ ଉପରେ ପାକିସ୍ତାନ ଆପତ୍ତି କରିଥିଲା। ୨ ଅକ୍ଟୋବର ୧୯୮୭ରେ ଭାରତ ପାକିସ୍ତାନର ଆପତ୍ତିକୁ ଗ୍ରହଣ କରି କାମ ବନ୍ଦ କରିଦେଲା। ସେବେଠାରୁ ପ୍ରକଳ୍ପଟି ସ୍ଥଗିତ ରହିଛି।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୩ ପର୍ଯ୍ୟାୟ ଆଲୋଚନା ହୋଇଥିଲା, କିନ୍ତୁ କୌଣସି ସମାଧାନ ମିଳିନଥିଲା। ପାକିସ୍ତାନ ଦାବି କରିଥିଲା ଯେ ଏହା ଝେଲମରୁ ତାଙ୍କ ଅଞ୍ଚଳକୁ ପାଣି ପ୍ରବାହ ବନ୍ଦ କରିଦେବ। ପାକିସ୍ତାନ ଭୟ କରିଥିଲା ଯେ ନାଭିଗେସନ ଲକ ଏହାର ଟ୍ରିପଲ କେନାଲ ପ୍ରକଳ୍ପ (ଝେଲମ-ଚେନାବ ଏବଂ ଉପର ବାରୀ ଦୋଆବ କେନାଲ)କୁ କ୍ଷତି ପହଞ୍ଚାଇପାରେ। ଏହା ସହିତ, ସଂରକ୍ଷିତ ଜଳର ଅଂଶ ଉପରେ ନିୟନ୍ତ୍ରଣର ବିପଦ ଥିଲା। ବାମ କୂଳରେ କଂକ୍ରିଟ ପାଇଲିଂ ଏବଂ ଭିତ୍ତିଭୂମି କାର୍ଯ୍ୟ ଏପର୍ଯ୍ୟନ୍ତ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri