ଲୁଟେରା ନୁହେଁ, ସ୍ବାମୀ ହତ୍ୟାକାରୀ: ପରକୀୟା ପ୍ରୀତି ହେଲା କାଳ

ବଣାଇଁ,୧୪ା୧୨(ପ୍ରଦୀପ ତ୍ରିପାଠୀ):ଲୁଟ୍‌ ନୁହେଁ ବରଂ ପରକୀୟାପ୍ରୀତି ଯୋଗୁ ୭ମାସର ଗର୍ଭବତୀ ସ୍ତ୍ରୀଙ୍କୁ ସ୍ବାମୀ ଗୁଳିକରି ହତ୍ୟା କରିଛନ୍ତି। ଆଉ ଏଥିରେ ତାଙ୍କୁ ସହଯୋଗ କରିଛନ୍ତି ତାଙ୍କ ଭିଣୋଇ। ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡାପାଲୀ ଗ୍ରାମରେ ସାମ୍ୟମୟୀ ହତ୍ୟାକାଣ୍ଡରେ ପୋଲିସ ଉଭୟ ସ୍ବାମୀ ଦେବେନ ବେହେରା ଓ ତାଙ୍କ ଭିଣୋଇ ସତ୍ୟନାରାୟଣ ବେହେରାଙ୍କୁ ଶୁକ୍ରବାର ଗିରଫ କରିଛି। ସତ୍ୟନାରାୟଣ ରାଉରକେଲା ପୋଲିସ ଜିଲାର ଉଦିତନଗର କୋର୍ଟର ଏଏସ୍‌ଆଇ ଅଛନ୍ତି। ଶନିବାର ଉଭୟଙ୍କୁ କୋର୍ଟଚାଲାଣ କରାଯିବ। ସ୍ତ୍ରୀହନ୍ତା ସ୍ବାମୀ ପୋଲିସ ଆଗରେ ସବୁ ସତ ବଖାଣିବା ସହ ହତ୍ୟାକାଣ୍ଡର ଡେମୋ ଦେଖାଇଥିଲେ। ଅଭିଯୁକ୍ତଙ୍କ ବୟାନ କ୍ରମେ ହତ୍ୟାକାଣ୍ଡରେ ବ୍ୟବହୃତ ପିସ୍ତଲକୁ ପୋଲିସ ଜବତ କରିଛି। ପରକୀୟା ପ୍ରୀତିଯୋଗୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଦେବେନ ସ୍ବୀକାର କରିଥିବା ରାଉରକେଲାରେ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ନୀତେଶ ଓ୍ବାଧଓ୍ବାନୀ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଦେବେନଙ୍କ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ସାମ୍ୟମୟୀଙ୍କୁ ରାସ୍ତାରୁ ହଟାଇ ପ୍ରେମିକାଙ୍କ ସହ ଘର ସଂସାର କରିବାକୁ ସେ ଭାବିଥିଲେ। ଏଥିରେ ଦେବେନଙ୍କୁ ତାଙ୍କ ଭିଣୋଇ ସତ୍ୟନାରାୟଣ ସହଯୋଗ କରିଥିଲେ। ପୂର୍ବଯୋଜନା ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ଦେବେନ ସ୍ତ୍ରୀ ସାମ୍ୟମୟୀଙ୍କୁ ଗୁଳିକରି ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଲୁଟ୍‌ କରିବାକୁ ଆସି ଗୁଳି କରିଥିବା ପ୍ରଚାର କରିଥିଲେ। ରାଉରକେଲା ଏସ୍‌ପି ନୀତେଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିବା ଏହି ତଦନ୍ତରେ ଉଭୟ ଟିକାୟତପାଲି ଓ ବଣାଇ ପୋଲିସ ସମସ୍ତ ପ୍ରକାର ତଦନ୍ତ କରୁଛନ୍ତି। ଟିକାୟତପାଲି ଥାନା ପୋଲିସ ଏକ ହତ୍ୟା ମାମଲା ( ନଂ. ୮୭/୨୦୨୪) ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ଏଥିସହ ହତ୍ୟାରେ ବ୍ୟବହୃତ ବନ୍ଧୁକକୁ ଦେବେନଙ୍କ ଘରୁ ପୋଲିସ ଜବତ କରିଛି।
ପ୍ରକାଶ ଯେ, ୨୦୨୪ ଫେବୃଆରୀ ୭ରେ ଅନୁଗୋଳ ଛେଣ୍ଡିପଦାର ପୀତାମ୍ବର ବେହେରାଙ୍କ ଝିଅ ସାମ୍ୟମୟୀଙ୍କର ଦେବେନଙ୍କ ସହ ବିବାହ ହୋଇଥିଲା। ସେ ୭ମାସ ଗର୍ଭବତୀ ଥିବାବେଳେ ସ୍ବାମୀ ଦେବେନ ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ରଖି ସ୍ତ୍ରୀଙ୍କୁ ହଟାଇ ଦେବାକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର କରିଥିଲେ। ଘଟଣାରେ ଯେପରି ଧରା ନ ପଡ଼ିବେ ସେଥିପାଇଁ ଉଭୟେ ଦେବେନ ଏବଂ ତାଙ୍କ ଭିଣୋଇ ସତ୍ୟନାରାୟଣ ଏକ ନାଟକ ରଚିଥିଲେ। ବୁଧବାର ବିଳମ୍ବିତ ରାତିରେ ଦେବେନ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ହେଲେ ଏଥିରୁ ବର୍ତ୍ତିବା ପାଇଁ ସାମ୍ୟମୟୀ ରାତ୍ରିରେ ଶୌଚପାଇଁ ଉଠିଥିବାବେଳେ ଦୁର୍ବୃତ୍ତମାନେ କବାଟ ବାଡ଼େଇଥିଲେ। ସାମ୍ୟମୟୀ ଯେତେବେଳେ କବାଟ ଖୋଲିଥିଲେ ତାଙ୍କ ବେକରୁ ସୁନାଚେନ ଲୁଟ କରିବା ସହ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିବା ଦେବେନ ପୋଲିସ ନିକଟରେ ପ୍ରକାଶ କରିଥିଲେ। ଏପରି କି ସାମ୍ୟମୟୀଙ୍କ ମୃତ୍ୟୁ ଖବରକୁ ଦେବେନ ନିଜେ ନ ଜଣାଇ ତାଙ୍କର ଜଣେ ମାଉସୀ ଫୋନ କରି ପୀତାମ୍ବରଙ୍କୁ ଜଣାଇଥିଲେ। ଜ୍ୱାଇଁ କି ଶାଶୁଶ୍ୱଶୁର କେହି ତାଙ୍କୁ ନ ଜଣାଇବା ଘଟଣାକୁ ଅଧିକ ରହସ୍ୟମୟ କରୁଛି ବୋଲି ପୀତାମ୍ବର ଏତଲାରେ ଦର୍ଶାଇଥିଲେ। ପୋଲିସ ଦେବେନଙ୍କୁ ଅଟକ ରଖି ପଚରାଉଚରା କରିବା ସମୟରେ ସେ ସବୁ ସତ ମାନିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri