ଦୁବାଇ, ୧୫।୧୦: ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଏନ୍ରିକ ନର୍ଟେଜ ଏବେ ଖବରର ଶିରୋନାମାରେ ରହିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ବୁଧବାର ଅନୁଷ୍ଠିତ ମୁକାବିଲାରେ ନର୍ଟେଜ ନିଜର ଦ୍ୱିତୀୟ ଓଭରରେ ୩ଟି ବଲ୍ ୧୫୦ରୁ ଊର୍ଦ୍ଧ୍ୱ ସ୍ପିଡ୍ରେ ବୋଲିଂ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ନର୍ଟେଜଙ୍କ ପ୍ରଥମ ବଲ୍ ଘଣ୍ଟାପ୍ରତି ୧୫୬.୨୨ କିମି ବେଗରେ ପକାଇଥିଲେ।
The five fastest balls in #IPL2020 so far have been bowled by Anrich Nortje:
156.22 kph
155.21 kph
154.74 kph
154.21 kph
153.72 kph🔥🔥🔥#RRvsDC #Nortje pic.twitter.com/UmtS6FiuPV
— Ashish Sahani (@AshishCupid11) October 14, 2020
ଏହାକୁ ରାଜସ୍ଥାନ ରୟାଲ୍ସର ଉଇକେଟ୍କିପର ଜୋଶ୍ ବଟ୍ଲର ଚୌକା ମାରିଥିଲେ। ଏହାପରେ ୨ୟ ବଲ୍ଟି ନର୍ଟେଜ ୧୫୫.୪ ବେଗରେ ବୋଲିଂ କରିଥିବାବେଳେ ଏଥର କିନ୍ତୁ ବଟ୍ଲର ଚକ୍ମା ଖାଇ କ୍ଲିନ ବୋଲ୍ଡ ହୋଇଯାଇଥିଲେ।
ନର୍ଟେଜ ନିଜ ୪ ଓଭର ବୋଲିଂ କୋଟାରେ ୩୩ ରନ ବ୍ୟୟରେ ୨ଟି ଉଇକେଟ୍ ନେଇଥିଲେ। ତେବେ କୌତୁହଳର ବିଷୟ ଯେ, ନର୍ଟେଜ ପକାଇଥିବା ୧୫୬.୨୨ ବେଗର ବଲ୍କୁ ଆଇପିଏଲ୍ ଇତିହାସର ସବୁଠାରୁ ଦ୍ରୁତତ୍ତମ ବଲ୍ ଥିଲା ବୋଲି କେତେକ ଗଣମାଧ୍ୟମ ଦାବି କରିଥିଲେ। ଏହିକ୍ରମରେ ନର୍ଟେଜ ନିଜ ଦେଶର ଡେଲ୍ ଷ୍ଟେଇନ୍ (୧୫୪.୪)ଙ୍କ ନାମରେ ଥିବା ରେକର୍ଡକୁ ଭାଙ୍ଗି ଦେଇଥିଲେ ବୋଲି କୁହାଯାଉଛି।
କିନ୍ତୁ ନର୍ଟେଜ ୧୫୬.୨୨ ବେଗରେ ପକାଇଥିବା ବଲ୍ ଆଇପିଏଲ୍ ଇତିହାସର ସବୁଠାରୁ ଦ୍ରତତ୍ତମ ବଲ୍ ନ ଥିଲା ବୋଲି ଜଣାପଡ଼ିଛି। ଆଇପିଏଲ୍ ଇତିହାସର ସବୁଠାରୁ ଦ୍ରୁତତ୍ତମ ବଲ ଅଷ୍ଟ୍ରେଲିଆର ସନ୍ ଟେଟ୍ଙ୍କ ନାମରେ ରହିଛି। ଟେଟ୍ ୨୦୧୧ରେ ରାଜସ୍ଥାନ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବାବେଳେ ଦିଲ୍ଲୀ ଡେୟାରଡେଭିଲ୍ସର ଆରୋନ୍ ଫିଞ୍ଚ୍ଙ୍କୁ ୧୫୭.୭ ବେଗରେ ଏକ ବଲ୍ ପକାଇଥିଲେ। ଯାହା ଆଜି ପର୍ଯ୍ୟନ୍ତ ଲିଗ୍ ଇତିହାସର ସବୁଠାରୁ ଦ୍ରୁତତ୍ତମ ବଲ ବୋଲି ଜଣାପଡ଼ିଛି।