ନର୍ଟେଜ ନୁହେଁ ସନ୍‌ ଟେଟ୍‌ ପକାଇଛନ୍ତି ଆଇପିଏଲ୍‌ର ସବୁଠାରୁ ଦ୍ରୁତ ବଲ୍‌

ଦୁବାଇ, ୧୫।୧୦: ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଏନ୍‌ରିକ ନର୍ଟେଜ ଏବେ ଖବରର ଶିରୋନାମାରେ ରହିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ବୁଧବାର ଅନୁଷ୍ଠିତ ମୁକାବିଲାରେ ନର୍ଟେଜ ନିଜର ଦ୍ୱିତୀୟ ଓଭରରେ ୩ଟି ବଲ୍‌ ୧୫୦ରୁ ଊର୍ଦ୍ଧ୍ୱ ସ୍ପିଡ୍‌ରେ ବୋଲିଂ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ନର୍ଟେଜଙ୍କ ପ୍ରଥମ ବଲ୍‌ ଘଣ୍ଟାପ୍ରତି ୧୫୬.୨୨ କିମି ବେଗରେ ପକାଇଥିଲେ।

https://twitter.com/AshishCupid11/status/1316449041614471169

ଏହାକୁ ରାଜସ୍ଥାନ ରୟାଲ୍ସର ଉଇକେଟ୍‌କିପର ଜୋଶ୍‌ ବଟ୍‌ଲର ଚୌକା ମାରିଥିଲେ। ଏହାପରେ ୨ୟ ବଲ୍‌ଟି ନର୍ଟେଜ ୧୫୫.୪ ବେଗରେ ବୋଲିଂ କରିଥିବାବେଳେ ଏଥର କିନ୍ତୁ ବଟ୍‌ଲର ଚକ୍‌ମା ଖାଇ କ୍ଲିନ ବୋଲ୍ଡ ହୋଇଯାଇଥିଲେ।
ନର୍ଟେଜ ନିଜ ୪ ଓଭର ବୋଲିଂ କୋଟାରେ ୩୩ ରନ ବ୍ୟୟରେ ୨ଟି ଉଇକେଟ୍‌ ନେଇଥିଲେ। ତେବେ କୌତୁହଳର ବିଷୟ ଯେ, ନର୍ଟେଜ ପକାଇଥିବା ୧୫୬.୨୨ ବେଗର ବଲ୍‌କୁ ଆଇପିଏଲ୍‌ ଇତିହାସର ସବୁଠାରୁ ଦ୍ରୁତତ୍ତମ ବଲ୍‌ ଥିଲା ବୋଲି କେତେକ ଗଣମାଧ୍ୟମ ଦାବି କରିଥିଲେ। ଏହିକ୍ରମରେ ନର୍ଟେଜ ନିଜ ଦେଶର ଡେଲ୍‌ ଷ୍ଟେଇନ୍‌ (୧୫୪.୪)ଙ୍କ ନାମରେ ଥିବା ରେକର୍ଡକୁ ଭାଙ୍ଗି ଦେଇଥିଲେ ବୋଲି କୁହାଯାଉଛି।

କିନ୍ତୁ ନର୍ଟେଜ ୧୫୬.୨୨ ବେଗରେ ପକାଇଥିବା ବଲ୍‌ ଆଇପିଏଲ୍‌ ଇତିହାସର ସବୁଠାରୁ ଦ୍ରତତ୍ତମ ବଲ୍‌ ନ ଥିଲା ବୋଲି ଜଣାପଡ଼ିଛି। ଆଇପିଏଲ୍‌ ଇତିହାସର ସବୁଠାରୁ ଦ୍ରୁତତ୍ତମ ବଲ ଅଷ୍ଟ୍ରେଲିଆର ସନ୍‌ ଟେଟ୍‌ଙ୍କ ନାମରେ ରହିଛି। ଟେଟ୍‌ ୨୦୧୧ରେ ରାଜସ୍ଥାନ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବାବେଳେ ଦିଲ୍ଲୀ ଡେୟାରଡେଭିଲ୍ସର ଆରୋନ୍‌ ଫିଞ୍ଚ୍‌ଙ୍କୁ ୧୫୭.୭ ବେଗରେ ଏକ ବଲ୍‌ ପକାଇଥିଲେ। ଯାହା ଆଜି ପର୍ଯ୍ୟନ୍ତ ଲିଗ୍‌ ଇତିହାସର ସବୁଠାରୁ ଦ୍ରୁତତ୍ତମ ବଲ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri