ନର୍ଟେଜ ନୁହେଁ ସନ୍‌ ଟେଟ୍‌ ପକାଇଛନ୍ତି ଆଇପିଏଲ୍‌ର ସବୁଠାରୁ ଦ୍ରୁତ ବଲ୍‌

ଦୁବାଇ, ୧୫।୧୦: ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଏନ୍‌ରିକ ନର୍ଟେଜ ଏବେ ଖବରର ଶିରୋନାମାରେ ରହିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ବୁଧବାର ଅନୁଷ୍ଠିତ ମୁକାବିଲାରେ ନର୍ଟେଜ ନିଜର ଦ୍ୱିତୀୟ ଓଭରରେ ୩ଟି ବଲ୍‌ ୧୫୦ରୁ ଊର୍ଦ୍ଧ୍ୱ ସ୍ପିଡ୍‌ରେ ବୋଲିଂ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ନର୍ଟେଜଙ୍କ ପ୍ରଥମ ବଲ୍‌ ଘଣ୍ଟାପ୍ରତି ୧୫୬.୨୨ କିମି ବେଗରେ ପକାଇଥିଲେ।

https://twitter.com/AshishCupid11/status/1316449041614471169

ଏହାକୁ ରାଜସ୍ଥାନ ରୟାଲ୍ସର ଉଇକେଟ୍‌କିପର ଜୋଶ୍‌ ବଟ୍‌ଲର ଚୌକା ମାରିଥିଲେ। ଏହାପରେ ୨ୟ ବଲ୍‌ଟି ନର୍ଟେଜ ୧୫୫.୪ ବେଗରେ ବୋଲିଂ କରିଥିବାବେଳେ ଏଥର କିନ୍ତୁ ବଟ୍‌ଲର ଚକ୍‌ମା ଖାଇ କ୍ଲିନ ବୋଲ୍ଡ ହୋଇଯାଇଥିଲେ।
ନର୍ଟେଜ ନିଜ ୪ ଓଭର ବୋଲିଂ କୋଟାରେ ୩୩ ରନ ବ୍ୟୟରେ ୨ଟି ଉଇକେଟ୍‌ ନେଇଥିଲେ। ତେବେ କୌତୁହଳର ବିଷୟ ଯେ, ନର୍ଟେଜ ପକାଇଥିବା ୧୫୬.୨୨ ବେଗର ବଲ୍‌କୁ ଆଇପିଏଲ୍‌ ଇତିହାସର ସବୁଠାରୁ ଦ୍ରୁତତ୍ତମ ବଲ୍‌ ଥିଲା ବୋଲି କେତେକ ଗଣମାଧ୍ୟମ ଦାବି କରିଥିଲେ। ଏହିକ୍ରମରେ ନର୍ଟେଜ ନିଜ ଦେଶର ଡେଲ୍‌ ଷ୍ଟେଇନ୍‌ (୧୫୪.୪)ଙ୍କ ନାମରେ ଥିବା ରେକର୍ଡକୁ ଭାଙ୍ଗି ଦେଇଥିଲେ ବୋଲି କୁହାଯାଉଛି।

କିନ୍ତୁ ନର୍ଟେଜ ୧୫୬.୨୨ ବେଗରେ ପକାଇଥିବା ବଲ୍‌ ଆଇପିଏଲ୍‌ ଇତିହାସର ସବୁଠାରୁ ଦ୍ରତତ୍ତମ ବଲ୍‌ ନ ଥିଲା ବୋଲି ଜଣାପଡ଼ିଛି। ଆଇପିଏଲ୍‌ ଇତିହାସର ସବୁଠାରୁ ଦ୍ରୁତତ୍ତମ ବଲ ଅଷ୍ଟ୍ରେଲିଆର ସନ୍‌ ଟେଟ୍‌ଙ୍କ ନାମରେ ରହିଛି। ଟେଟ୍‌ ୨୦୧୧ରେ ରାଜସ୍ଥାନ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବାବେଳେ ଦିଲ୍ଲୀ ଡେୟାରଡେଭିଲ୍ସର ଆରୋନ୍‌ ଫିଞ୍ଚ୍‌ଙ୍କୁ ୧୫୭.୭ ବେଗରେ ଏକ ବଲ୍‌ ପକାଇଥିଲେ। ଯାହା ଆଜି ପର୍ଯ୍ୟନ୍ତ ଲିଗ୍‌ ଇତିହାସର ସବୁଠାରୁ ଦ୍ରୁତତ୍ତମ ବଲ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri