Categories: ଜାତୀୟ

ମେ’ ୯ରୁ ୨୮ ଟ୍ରେନ ବାତିଲ

ନୂଆଦିଲ୍ଲୀ,୬।୫: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୯ ତାରିଖରୁ ରାଜଧାନୀ ଦିଲ୍ଲୀରୁ ବିଭିନ୍ନ ରାଜ୍ୟକୁ ଚାଲୁଥିବା ୨୮ଟି ଟ୍ରେନକୁ ରେଳ ବିଭାଗ ବାତିଲ କରି ଦେଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ବନ୍ଦ ରହିବ। ରେଳ ବିଭାଗ ପକ୍ଷରୁ ବାତିଲ କରାଯାଇଥିବା ଟ୍ରେନ ତାଲିକାରେ ସ୍ଥାନ ପାଇ ନାହିଁ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ।
ସୂଚନା ଯୋଗ୍ୟ, କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏନେଇ ରେଳ ବିଭାଗ ଦିଲ୍ଲୀରୁ ବିଭିନ୍ନ ରାଜ୍ୟକୁ ଚାଲୁଥିବା ୨୮ଟି ଟ୍ରେନ ବାତିଲ କରାଯାଇଛି। ଅନ୍ୟପକ୍ଷେ ବିଭାଗ ପକ୍ଷରୁ ନୂତନ ଗାଇଡଲାଇନ ଜାରି ହୋଇଛି। ଷ୍ଟେଶନ ଓ ଟ୍ରେନକୁ କେବଳ ଟିକେଟ ସଂରକ୍ଷିତ ଥିବା ଯାତ୍ରୀ ପ୍ରବେଶ କରିପାରିବେ। ୱେଟିଂ ଲିଷ୍ଟରେ ଥିଲେ ମଧ୍ୟ ଷ୍ଟେଶନରେ ପ୍ରବେଶ କରିପାରିବେ ନାହିଁ। ଟ୍ରେନ କିମ୍ବା ଷ୍ଟେଶନରେ ମାସ୍କ ପିନ୍ଧି ନ ଥିଲେ ୫ ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଯାତ୍ରା ସମୟରେ ଯାତ୍ରୀ ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଗାଇଡଲାଇନରେ ଉଲ୍ଳେଖ କରାଯାଇଛି।

Share