Categories: ଜାତୀୟ

ଉତ୍ତର-ପୂର୍ବାଞ୍ଚଳ ଏବେ ଦିଲ୍ଲୀ କିମ୍ବା ଦିଲ୍‌ରୁ ଦୂରରେ ନାହିଁ: ମୋଦି

ନୂଆଦିଲ୍ଲୀ,୨।୩: ଉତ୍ତର-ପୂର୍ବାଞ୍ଚଳ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ବିଧାନସଭାରେ ଭାଜପାର ଦଖଲ ପରେ ଗୁରୁବାର ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କର୍ମୀମାନଙ୍କୁ ଉତ୍ସାହିତ କରି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଲୋକଙ୍କ ବିଶ୍ୱାସ ରହିଥିବା ୩ ରାଜ୍ୟର ଫଳାଫଳ ଏହା ଦର୍ଶାଉଛି ବୋଲି କହିଛନ୍ତି। ଉତ୍ତର-ପୂର୍ବାଞ୍ଚଳ ଏବେ ଦିଲ୍ଲୀ କିମ୍ବା ଦିଲ୍‌(ହୃଦୟ)ରୁ ଦୂରରେ ନାହିଁ ବୋଲି ମୋଦି କହିଛନ୍ତି। ବିଜୟର ସମସ୍ତ ଶ୍ରେୟ ଭାଜପା କର୍ମୀକର୍ତ୍ତାଙ୍କୁ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି। କିଛି ଲୋକ ସମାଧି ଖୋଳିବାକୁ ପ୍ରଚେଷ୍ଟା ଚଳାଇଛନ୍ତି। ହେଲେ ସେଠାରେ ପଦ୍ମ ଫୁଟୁଥିବା ଦେଖିବାକୁ ମିଳିଛି। ଏପରିକି କେତେକ ଲୋକ କହୁଛନ୍ତି, ‘ମର୍‌ ଯା’ ମୋଦି ହେଲେ ଦେଶ କହୁଛି ମତ୍‌ ଯା’ ମୋଦି’ ବୋଲି କହି ବିରୋଧୀଙ୍କୁ ଟାର୍ଗଟ କରିଥିଲେ ।

ସୂଚନା ଯୋଗ୍ୟ, ଗତ କିଛି ଦିନ ତଳେ ଏଏପିର କର୍ମକର୍ତ୍ତାମାନେ ‘ମର୍‌ ଯା’ ମୋଦି ବୋଲି ସ୍ଲୋଗାନ ଦେଇଥିଲେ। ଯାହାକୁ କେନ୍ଦ୍ର କରି ମୋଦି ଏଭଳି କହିଛନ୍ତି।

Share