କରୋନା ଭୂତାଣୁ ରୋକିବା ଲାଗି ଗୁଳି: ଉତ୍ତରକୋରିଆ

ଓ୍ବାଶିଂଟନ,୧୧।୯-ଚାଇନାରୁ କୋରନା ଭାଇରସ ଯେପରି ଦେଶ ଭିତରକୁ ପ୍ରବେଶ ନ କରିବ ସେଥିଲାଗି ଉତ୍ତରକୋରିଆ କର୍ତ୍ତୃପକ୍ଷ ଗୁଳି ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣରେ ଥିବା ଆମେରିକା ସେନାର କମାଣ୍ଡର ପକ୍ଷରୁ ଏହା କୁହାଯାଇଛି। ଦୁର୍ବଳ ସ୍ବାସ୍ଥ୍ୟସେବା ଦେଇ ଗତି କରୁଥିବା ଉତ୍ତରକୋରିଆରେ ଅଦ୍ୟାବିଧି ଯାଏ କରୋନା ଭୂତାଣୁ ଦେଖିଯାଇ ନାହିଁ। ସଂକ୍ରମଣ ରୋକିବା ଲାଗି ଗତ ଜାନୁୟାରୀରୁ ପୟଙ୍ଗୟାଙ୍ଗ ଚାଇନା ସୀମାକୁ ବନ୍ଦ କରି ରଖିଛି। ସେବାଠାରୁ ଏହା ଦେଶରେ ବିଭିନ୍ନସ୍ତରରେ ସ୍ବାସ୍ଥ୍ୟଜନିତ ଜରୁରୀ ପରିସ୍ଥିତି ଜାରି କରି ଆସିଛି।
କୋରିଆରେ ଥିବା ଆମେରିକା ସେନା (ୟୁଏସଏସକେ) କମାଣ୍ଡର ରବର୍ଟ ଆବ୍ରାହିମ କହିଛନ୍ତି, ଚାଇନା ସୀମା ବନ୍ଦ କରି ଦିଆଯାଇଥିବାରୁ ସାମଗ୍ରୀ ଚୋରାଚାଲାଣ କରାଯାଉଛି। ସେଥିପାଇଁ ଉତ୍ତରକୋରିଆ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରିଛି। ଚାଇନା ସୀମାନ୍ତ ୧ ବା ୨ କିଲୋମିଟର ଅଞ୍ଚଳକୁ ଉତ୍ତରକୋରିଆ ବଫର ଜୋନ ଭାବେ ଚିହ୍ନଟ କରିଛି ବୋଲି ସେ କହିଛନ୍ତି। ସେଠାରେ ଉତ୍ତରକୋରିଆର ସ୍ବତନ୍ତ୍ର କାର୍ଯ୍ୟାନୁଷ୍ଠାନ ବାହିନୀ (ଏସଓଏସ) ମୁତୟନ କରାଯାଇଛି। ଫଳରେ ଆବଶ୍ୟକସ୍ଥଳେ ଗୁଳି ନିର୍ଦ୍ଦେଶ ଦେବା ଲାଗି ସେମାନଙ୍କୁ କ୍ଷମତା ଦିଆଯାଇଛି। ତେବେ ପୟଙ୍ଗୟାଙ୍ଗ ପକ୍ଷରୁ ସେଭଳି କୌଣସି ଆକ୍ରମଣ ହେବା ନେଇ ଆଭାସ ପରିଲକ୍ଷିତ ହେଉନାହିଁ ବୋଲି ଆବ୍ରାହିମ କହିଛନ୍ତି। ଆସନ୍ତା ମାସ କିମ ଜଙ୍ଗ ଉନଙ୍କ ପାର୍ଟି ୭୫ତମ ବାର୍ଷିକୀ ପାଳନ କରିବାକୁ ଯାଉଥିବା ପରିପେକ୍ଷ୍ରୀରେ ଦେଶ ପକ୍ଷରୁ ନୂଆ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଛି। ତେବେ ଏହା ସତ୍ତ୍ୱେ କୋଭିଡ-୧୯ ମୁକାବିଲା ଲାଗି ଉତ୍ତରକୋରିଆ ସମସ୍ତ ପ୍ରସ୍ତୁତି ଚଳାଇଛି ବୋଲି ଆବ୍ରାହିମ କହିଛନ୍ତି।

Share