ଜାପାନକୁ ଆକ୍ରମଣ ଧମକ ଦେଲା ଉତ୍ତର କୋରିଆ

ସିଓଲ,୨୧।୧୨: ଜାପାନ ବିରୋଧରେ ଦୃଢ଼ ତଥା ନିର୍ଣ୍ଣାୟକ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଉତ୍ତର କୋରିଆ ମଙ୍ଗଳବାର ଧମକ ଦେଇଛି। ଟୋକିଓ ଗ୍ରହଣ କରିଥିବା ଜାତୀୟ ସୁରକ୍ଷା ନୀତିକୁ ଉତ୍ତର କୋରିଆ ନିନ୍ଦା କରିଛି। ୪ ଦିନ ପୂର୍ବରୁ ଜାପାନ ଏହାର ସୁରକ୍ଷା ରଣନୀତି ଘୋଷଣା କରିଥିଲା, ଯେଉଁଥିରେ ଶତ୍ରୁପକ୍ଷର ଟାର୍ଗେଟଗୁଡ଼ିକୁ ପ୍ରତିଆକ୍ରମଣ ସାମର୍ଥ୍ୟ ସହ ଚାଇନା ଓ ଉତ୍ତର କୋରିଆକୁ ସାମନା କରିବା ଲାଗି ପ୍ରତିରକ୍ଷା ବ୍ୟୟ ଦୁଇଗୁଣ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ପ୍ରତିଆକ୍ରମଣ ସାମର୍ଥ୍ୟ ବଢ଼ାଇବା ଜାପାନର ଆତ୍ମରକ୍ଷା ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଅନ୍ୟ ଅଞ୍ଚଳ ଉପରେ ଆକ୍ରମଣ ପାଇଁ ଉଦ୍ଦିଷ୍ଟ ବୋଲି ଉତ୍ତର କୋରିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share