ଉତ୍ତର କୋରିଆ ଦେଖାଇଲା ପରମାଣୁ ଆକ୍ରମଣ କରିବାର କ୍ଷମତା

ସିଓଲ,୨୪ ।୨: ଉତ୍ତର କୋରିଆ ଗୁରୁବାର ପରମାଣୁ ଆକ୍ରମଣ କରିବାର କ୍ଷମତା ପ୍ରଦର୍ଶନ କରିଛି । ଉତ୍ତର କୋରିଆର କେସିଏନଏ ସମାଚାର ଏଜେନ୍ସିର ସୂଚନା ଅନୁଯାୟୀ, ମିଡିଆ ରିପୋର୍ଟରେ ଦାବି କରାଯାଇଛି କି ଉତ୍ତର କୋରିଆ ଏକ ଅଭ୍ୟାସ ସମୟରେ ୪ଟି କ୍ରୁଜ ମିଶାଇଲର ପରୀକ୍ଷା କରିଛି । ଏହା ଶତ୍ରୁ ପକ୍ଷର ଆକ୍ରମଣକୁ ଜବାବ ଦେବାକୁ ଯାଇ ପରମାଣୁ ଆକ୍ରମଣ କରିବାକୁ ଡିଜାଇନ କରାଯାଇଛି ।

ସୂଚନାଯୋଗ୍ୟ, ଗୁରୁବାର ଦିନ ଏହି ଅଭ୍ୟାସରେ କୋରିଆ ପିପୁଲ୍ସ ଆର୍ମିର ଏକ ଅପରେଟିଭ ଷ୍ଟ୍ରାଟେଜିକ କ୍ରୁଜ କ୍ଷେପଣାସ୍ତ୍ର ୟୁନିଟ ସାମିଲ ହୋଇଛି, ଯାହା ଉତ୍ତର ହାମଗୋଙ୍ଗ ପ୍ରଦେଶର କିମ ଚାକ୍ ଅଞ୍ଚଳରେ ପୂର୍ବ ସମୁଦ୍ର ଆଡକୁ ୪ଟି ‘ହ୍ୱାଲସ-୨’ ମିଶାଇଲ ନିକ୍ଷେପ କରିଛି । ଉତ୍ତର କୋରିଆର ସମାଚାର ଏଜେନ୍ସି କେସିଏନଏ ଏହି ସୂଚନା ଦେଇଛି ।
ମିଡିଆ ରିପୋର୍ଟରେ କୁହାଯାଇଛି ୪ କ୍ରୁଜ ମିଶାଇଲ ୨୦୦୦ କିଲୋମିଟର ଲମ୍ବା କ୍ଷମତାକୁ ୧୦,୨୦୮ ସେକେଣ୍ଡରୁ ୧୦,୨୨୪ ସେକେଣ୍ଡ ମଧ୍ୟରେ ଭେଦ କରିଛି । କେସିଏନଏ କହିଛି ଉତ୍ତର କୋରିଆ ଅଭ୍ୟାସ ସମୟରେ, ଶତ୍ରୁଙ୍କ ଶକ୍ତି ବିରୋଧରେ ପରମାଣୁ ଆକ୍ରମଣ କରିବାର କ୍ଷମତାକୁ ପ୍ରଦର୍ଶନ କରିଛି । ଏହି ମିଶାଇଲ ପରୀକ୍ଷଣ ସମ୍ପର୍କରେ ଦକ୍ଷିଣ କୋରିଆ ଅବା ଜାପାନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଯେଉଁମାନେ ସର୍ବଦା ଉତ୍ତର କୋରିଆର ମିଶାଇଲ ଲଞ୍ଚ କରିବା ଉପରେ ନଜର ରଖିଥାଆନ୍ତି ଓ ସାର୍ବଜନିକ ଭାବେ ରିପୋର୍ଟ କରିଥାଆନ୍ତି ।

Share