ପୁଣି ବାଲାଷ୍ଟିକ୍‌ ମିଶାଇଲ୍‌ ପରୀକ୍ଷଣ କଲା ଉତ୍ତର କୋରିଆ

ପ୍ୟୋଙ୍ଗୟଙ୍ଗ,୧୧।୧: ୨୦୨୨ର ପ୍ରଥମ ସପ୍ତାହରେ ପୁଣି ଥରେ ଉତ୍ତର କୋରିଆ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଜାପାନର ତଟରକ୍ଷୀଙ୍କ ଅନୁଯାୟୀ, ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଦେଶ ମଧ୍ୟ ମଙ୍ଗଳବାର ଆଉ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି।
ଗତ ସପ୍ତାହରେ ଉତ୍ତର କୋରିଆ ହାଇପରସୋନିକ କ୍ଷେପଣାସ୍ତ୍ର ସଫଳତାର ସହ ପରୀକ୍ଷଣ କରିଛି। ଆଣବିକ ଅସ୍ତ୍ରଶସ୍ତ୍ର ବିଶିଷ୍ଟ ଉତ୍ତର କୋରିଆ ଦ୍ୱାରା ଆରମ୍ଭ ହୋଇଥିବା ଏହି ପରୀକ୍ଷଣ ଦକ୍ଷିଣ କୋରିଆ ଏବଂ ଆମେରିକା ସହ କଥାବାର୍ତ୍ତା ବନ୍ଦ କରିଦେଇଛି। ଏହି ସମୟ ମଧ୍ୟରେ ଅସ୍ଥିର ଅନ୍ତର୍ଜାତୀୟ ପରିସ୍ଥିତିକୁ ମୁକାବିଲା କରିବା ଏବଂ ସୈନ୍ୟବାହିନୀକୁ ମଜଭୁତ କରିବା ପାଇଁ କିମ ଜୋଙ୍ଗ ଉନ ଏହି ନୂତନ ବର୍ଷର ସଂକଳ୍ପରେ ବର୍ଣ୍ଣନା କରିଥିଲେ।

Share