ବାଲେଷ୍ଟିକ ମିଶାଇଲ ପରୀକ୍ଷା କଲା ଉତ୍ତର କୋରିଆ

ସିୟୋଲ.୨୭ ।୩: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ତାଙ୍କର ପ୍ରକୃତିରେ କୌଣସି ପରିବର୍ତ୍ତନ କରିପାରୁ ନାହାନ୍ତି । ଦକ୍ଷିଣ କୋରିଆ ସେନାର ସୂଚନା ଅନୁଯାୟୀ, ଉତ୍ତର କୋରିଆ ସୋମବାର ପୂର୍ବ ସାଗରରେ ଏକ ବାଲେଷ୍ଟିକ ମିଶାଇଲ ପରୀକ୍ଷା କରିଛି । ରିପୋର୍ଟ ଅନୁଯାୟୀ, ଦକ୍ଷିଣ କୋରିଆର ଜଏଣ୍ଟ ଚିଫ ଅଫ ଷ୍ଟାଫ କହିଛନ୍ତି, ସେନା ମିଶାଇଲର ଉଡାଣ, ଲକ୍ଷ୍ୟ ଭେଦି କ୍ଷମତା ଓ ଏପୋଜି ସହିତ ସମ୍ବନ୍ଧିତ ବିବରଣୀର ବିଶ୍ଳେଷଣ କରୁଛି ।

ଏକ ସ୍ଥାନୀୟ ସମାଚାର ଏଜେନ୍ସି କହିଛି ଉତ୍ତର କୋରିଆର ବାଲେଷ୍ଟିକ ମିଶାଇଲ ଏମିତି ସମୟରେ ଲଞ୍ଚ କରାଯାଇଛି, ଯେତେବେଳେ ପ୍ୟୋଙ୍ଗୟାଙ୍ଗ ଦକ୍ଷିଣ କୋରିଆ ଓ ସଂଯୁକ୍ତ ରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧାଭ୍ୟାସକୁ ବିରୋଧ କରୁଛି । ଏହା ଗତ ସପ୍ତାହରେ ଆରମ୍ଭ ହୋଇଛି । ୟୁଏସ-ଦକ୍ଷିଣ କୋରିଆ ଅଭ୍ୟାସ ୩ ଏପ୍ରିଲରେ ଶେଷ ହେବ ।

Share