ପୁଣିଥରେ ୨ଟି ବାଲେଷ୍ଟିକ ମିଶାଇଲ ପରୀକ୍ଷା କଲା ଉତ୍ତର କୋରିଆ

ସିଓଲ, ୧ ।୧୦: ଉତ୍ତର କୋରିଆ ତା’ର ପୁରୁଣା ପ୍ରକୃତି ଛାଡି ପାରୁନାହିଁ । ଆମେରିକା ରାଷ୍ଟ୍ରପତି କମଲା ହାରିସଙ୍କ ଦକ୍ଷିଣ କୋରିଆ ଗସ୍ତ ଓ ଆମେରିକା ସହ ସଂଯୁକ୍ତ ସୈନ୍ୟ ଅଭ୍ୟାସ ପରେ ଲାଗାତାର ଆକ୍ରମଣ ଢଙ୍ଗରେ ରହିଛି ଉତ୍ତର କୋରିଆ । ଏବେ ମଳିଥିବା ସୂଚନା ଅନୁଯାୟୀ, ଶନିବାର ଭୋର ସମୟରେ ଉତ୍ତର କୋରିଆ ପୁଣିଥରେ ୨ଟି ବାଲେଷ୍ଟିକ ମିଶାଇଲ ପରୀକ୍ଷା କରିଛି । ଚଳିତ ସପ୍ତାହରେ ଉତ୍ତର କୋରିଆ ପକ୍ଷରୁ ଏହା ଚତୁର୍ଥ ପରୀକ୍ଷଣ ।
ଦକ୍ଷିଣ କୋରିଆ ସେନା ପକ୍ଷରୁ କୁହାଯାଇଛି କି ଆମେରିକା-ଦକ୍ଷିଣ କୋରିଆ ସେନା ଅଭ୍ୟାସ ମଧ୍ୟରେ ପରମାଣୁ ସମ୍ପନ୍ନ ରାଷ୍ଟ୍ର ଦ୍ୱାରା କରାଯାଇଥିବା ଏହା ଚତୁର୍ଥ ମିଶାଇଲ ପରୀକ୍ଷଣ । ସୂଚନାଯୋଗ୍ୟ, ଦକ୍ଷିଣ କୋରିଆ, ଜାପାନ ଓ ଆମେରିକା ଶୁକ୍ରବାର ସେନା ଅଭ୍ୟାସ ଆରମ୍ଭ କରିଛନ୍ତି ।

Share