Posted inଜାତୀୟ

ଉତ୍ତର-ପୂର୍ବ ଆମର ସୁରକ୍ଷା ସମୃଦ୍ଧିର ଦ୍ୱାର: ପ୍ରଧାନମନ୍ତ୍ରୀ…

ଶିଲଂ,୧୮।୧୨ : ଉତ୍ତର ପୂର୍ବ ହେଉଛି ଆମର ଦେଶର ସୀମା ଅଞ୍ଚଳ। ଏହା ଦେଶର ଏକ ଶେଷ ପଏଣ୍ଟ ନୁହେଁ ବରଂ ସୁରକ୍ଷା ଏବଂ ସମୃଦ୍ଧିର ଦ୍ୱାର। ଦେଶର ସୁରକ୍ଷା ଏଠାରୁ ସୁନିଶ୍ଚିତ ହୋଇଥାଏ ଏବଂ ଅନ୍ୟ ଦେଶ ସହିତ ବାଣିଜ୍ୟ ମଧ୍ୟ ଏଠାରୁ ହୋଇଥାଏ । ମେଘାଳୟର ଶିଲଂରେ ଉତ୍ତର ପୂର୍ବାଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଏଭଳି କହିଛନ୍ତି। ଆଜି କେନ୍ଦ୍ର ସରକାର କ୍ରୀଡ଼ା ସମ୍ବନ୍ଧରେ ଏକ ନୂତନ ଆଭିମୁଖ୍ୟ ନେଇ ଆଗକୁ ବଢୁଛନ୍ତି।

ଏଥିରୁ ଉତ୍ତର ପୂର୍ବର ଯୁବକମାନେ ଉପକୃତ ହୋଇଛନ୍ତି। ଦେଶର ପ୍ରଥମ କ୍ରୀଡା ବିଶ୍ୱବିଦ୍ୟାଳୟ ଉତ୍ତର ପୂର୍ବରେ ଅଛି। ଡିଜିଟାଲ ସଂଯୋଗ କେବଳ ବାର୍ତ୍ତାଳାପ ଏବଂ ସଂଳାପରେ ଉନ୍ନତି କରେ ନାହିଁ। ବରଂ ପର୍ଯ୍ୟଟନ ଠାରୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା, ଶିକ୍ଷା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସୁବିଧା ସୁଯୋଗକୁ ବୃଦ୍ଧି କରିବାକୁ ସକ୍ଷମ।

ଗତ ୮ ବର୍ଷ ମଧ୍ୟରେ ଆମେ ଉତ୍ତର-ପୂର୍ବର ବିକାଶ ସହ ଜଡିତ ଅନେକ ବାଧାବିଘ୍ନକୁ ହଟାଇଛୁ। ଦୁର୍ନୀତି, ଭେଦଭାବ, ବଂଶବାଦ, ହିଂସା, ପ୍ରକଳ୍ପକୁ ଅଟକାଇ ରଖିବା, ପଥଭ୍ରଷ୍ଟ କରାଇବା ଏବଂ ଭୋଟ ବ୍ୟାଙ୍କ ରାଜନୀତିକୁ ଆମେ ବାଦ ଦେବାକୁ ଆନ୍ତରିକତାର ସହିତ ଚେଷ୍ଟା କରୁଛୁ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ଦିନ ଧରି କ୍ଷମତାରେ ଥିବା ଦଳଗୁଡିକ ଉତ୍ତର ପୂର୍ବ ପାଇଁ ଏକ ବିଭାଜନ ଚିନ୍ତାଧାରା ରଖିଥିଲେ ଏବଂ ଆମେ ବିଭାଜନ ହଟାଇବା ଉଦ୍ଦେଶ୍ୟରେ ଆସିଛୁ। ବିଭିନ୍ନ ସମ୍ପ୍ରଦାୟ ହେଉ କିମ୍ବା ବିଭିନ୍ନ ଅଞ୍ଚଳ ହେଉ, ଆମେ ସମସ୍ତ ପ୍ରକାରର ବିଭାଜନ ହଟାଉଛୁ।

ଦୀର୍ଘ ସମୟ ଧରି ଦେଶରେ ଏକ ଚିନ୍ତାଧାରା ରହିଛି ଯେ ସୀମା ଅଞ୍ଚଳରେ ବିକାଶ ହେବ, ଯଦି ସଂଯୋଗ ବୃଦ୍ଧି ହୁଏ ତେବେ ଶତ୍ରୁ ଉପକୃତ ହେବେ। ପୂର୍ବ ସରକାରଙ୍କ ଏହି ଚିନ୍ତାଧାରା ଯୋଗୁ ଉତ୍ତର ପୂର୍ବ ସମେତ ଦେଶର ସମସ୍ତ ସୀମାନ୍ତ ଅଞ୍ଚଳରେ ସଂଯୋଗରେ ଉନ୍ନତି ହୋଇପାରି ନାହିଁ। ଆଜି ସୀମାରେ ଦ୍ରୁତ ଗତିରେ ନୂତନ ରାସ୍ତା, ନୂତନ ଟନେଲ, ନୂତନ ସେତୁ, ନୂତନ ରେଳ ଲାଇନ, ନୂତନ ଏୟାରଷ୍ଟ୍ରିପ ର୍ନିମାଣ କାର୍ଯ୍ୟ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri