Posted inଖେଳ

ନୋରିସଙ୍କୁ ପ୍ରଥମ ଫର୍ମୁଲା ଓ୍ବାନ ସଫଳତା

ମାୟାମି ଗାର୍ଡେନ୍ସ, ୭ା୫: ବିଶ୍ୱ ଚାମ୍ପିୟନ ତଥା ରେଡ୍‌ବୁଲର ମାକ୍ସ ଭର୍ଷ୍ଟାପେନ୍‌ଙ୍କୁ ୭ ସେକେଣ୍ଡ ପଛରେ ପକାଇ ଲାଣ୍ଡୋ ନୋରିସ ଏଠାରେ ମାୟାମି ଗ୍ରଁା ପ୍ରି ଜିତିବା ସହ ତାଙ୍କ କ୍ୟାରିୟରର ପ୍ରଥମ ଫର୍ମୁଲା ଓ୍ବାନ ଟାଇଟଲ ହାସଲ କରିଛନ୍ତି। ମ୍ୟାକଲରେନ ତରଫରୁ ଏହାଥିଲା ତାଙ୍କର ୧୧୦ତମ ରେସ୍‌। ଫେରାରିର ଚାଲର୍‌ସ ଲେକରେକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏଠାରେ ପୋଲ ପୋଜିଶନରୁ ରେସ୍‌ ଆରମ୍ଭ କରିଥିବା ଭର୍ଷ୍ଟାପେନ ଚଳିତ ସିଜନ ଓପନିଂ ୫ଟି ରେସ୍‌ ମଧ୍ୟରୁ ୪ଟିରେ ବିଜୟ ହାସଲ କରି ବିଶ୍ୱ ଚାମ୍ପିୟନଶିପ୍‌ ଷ୍ଟାଣ୍ଡିଂରେ ପ୍ରଥମ ସ୍ଥାନରେ ଅଛନ୍ତି। ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନ ଅଧିକାର କରିଥିବା ଅନ୍ୟ ଡ୍ରାଇଭରମାନେ ହେଲେ ସର୍ଗିଓ ପେରେଜ (ରେଡ୍‌ବୁଲ୍‌), କାର୍ଲୋସ ସେଞ୍ଜ ଜୁନିୟର (ଫେରାରି), ଲୁଇସ ହାମିଲଟନ (ମର୍ସିଡିଜ), ୟୁକି ଟିସୁନୋଡା (ଆର୍‌ବି), ଜର୍ଜ ରସେଲ (ମର୍ସିଡିଜ), ଫର୍ନାଣ୍ଡୋ ଆଲେଁାସୋ (ଆଷ୍ଟନ ମାର୍ଟିନ) ଓ ଏଷ୍ଟିବାନ ଓକନ (ଅଲ୍‌ପାଇନ)। ଚଳିତବର୍ଷର ପରବର୍ତ୍ତୀ ଫର୍ମୁଲା ଓ୍ବାନ୍‌ ରେସ୍‌ ୧୯ ତାରିଖରେ ଇମୋଲାଠାରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

ମେଟ୍ରିକ୍‌ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ଗଲେ ଛାତ୍ର

ବାଲିଗୁଡ଼ା,୨୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ସ୍ଥିତ ପି.ଏମ୍‌.ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରମାନେ ପରୀକ୍ଷା ଦେବାକୁ ଟ୍ରାକ୍ଟର ଯୋଗେ କୁଡୁତୁଲି ଉଚ୍ଚ…

ପୁଣି ପ୍ରେମରେ ଉବୁଟୁବୁ ମଲାଇକା? ରୋମ୍‌ରୁ ଭାଇରାଲ ହେଲା ଡାଇମଣ୍ଡ ମର୍ଚ୍ଚାଣ୍ଟଙ୍କ ସହ ରୋମାଣ୍ଟିକ୍‌ ଫଟୋ

ମୁମ୍ବାଇ: ବଲିଉଡର ଫିଟନେସ୍‌ କୁଇନ୍‌ ତଥା ଖ୍ୟାତନାମା ଆଇଟମ୍‌ ଗର୍ଲ ମଲାଇକା ଅରୋରା ପୁଣିଥରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଅଭିନେତା ଅର୍ଜୁନ କପୁରଙ୍କ ସହ…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri