Categories: ଜାତୀୟ

ପଶୁଙ୍କ ଠାରୁ ପାଣିରେ ବ୍ୟାପୁଛି ନୂଆ ଭାଇରସ

ଥିରୁଭାନନ୍ତପୁରମ,୧୩।୧୧: କରୋନା ଭାଇରାସ ପରେ ଡରାଇଲାଣି ନୋରୋ ଭାଇରସ। ପଶୁଙ୍କ ଠାରୁ ପାଣି ଓ ଖାଦ୍ୟ ମାଧ୍ୟମରେ ବ୍ୟାପୁଥିବା ଏହି ଭାଇରସ କେରଳର ଓ୍ବେନାଡ ଜିଲାରେ ଚିହ୍ନଟ ହୋଇଛି। ଭାଇରସ ଦ୍ୱାରା ୧୩ ଜଣ ସଂକ୍ରମିତ ଥିବା ଜଣାପଡ଼ିବା ପରେ ଜିଲାରେ ଏକ ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ।

ରୋଗ ସମ୍ପର୍କରେ ସଚତେନତା ବୃଦ୍ଧି କରିବା ସହ ରୋକିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ। ତାଙ୍କ ନେତୃତ୍ୱରେ ଶୁକ୍ରବାର ବସିଥିବା କେରଳ ସ୍ବାସ୍ଥ୍ୟ ବିଭାଗ ବୈଠକରେ ଓ୍ବେନାଡ ଜିଲାର ପରିସ୍ଥିତିର ସମ୍ମୀକ୍ଷା କରାଯାଇଛି।

ବର୍ତ୍ତମାନ ଚିନ୍ତା କରିବାର କିଛି ନାହିଁ। କିନ୍ତୁ ସଭିଙ୍କୁ ସତର୍କ ରହିବା ଉଚିତ। ସୁପର କ୍ଲୋରିନେସନ କାର୍ଯ୍ୟ ଆରମ୍ଭ ହୋଇସାରିଛି। ପିଇବା ପାଇଁ ପାଣି ଆଣୁଥିବା ସ୍ଥାନ ପରିଷ୍କାର ରଖିବାକୁ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ବୀନା।

Share