୨୫ ଜିଲାରେ ସ୍ବାଭାବିକ ବର୍ଷା

ଭୁବନେଶ୍ୱର,୨୨।୯(ବ୍ୟୁରୋ): ଆଜିଠୁ ରାଜ୍ୟରେ ଲଘୁଚାପ ପ୍ରଭାବ କମିଛି। ଯାହା ଫଳରେ ବର୍ଷାର ପରିମାଣ ମଧ୍ୟ କମିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ୧ ଜୁନରୁ ୨୨ ସେପ୍ଟେମ୍ବର (୧୧୪ ଦିନ) ମଧ୍ୟରେ ୧୧୫୮.୮ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାକି ରାଜ୍ୟରେ ମୌସୁମୀ ଋତୁର ୧୨୨ ଦିନର ବର୍ଷା ( ୧ ଜୁନ ରୁ ୩୦ ସେପ୍ଟେମ୍ବର) ୧୧୫୫.୩ ମିମିକୁ ଅତିକ୍ରମ କରିଯାଇଛି। ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ବର୍ଷା ୧୧୦୭.୨ ମିମି ତୁଳନାରେ ୫% ଅଧିକ ବର୍ଷା ରେକର୍ଡ ହୋଇଥବା ବେଳେ ୫ ଜିଲାରେ ସ୍ବାଭାବିକଠାରୁ ଅଧିକ ଏବଂ ୨୫ ଜିଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି।