ମତୁଆଲା କରୁଛି ନୋରାଙ୍କ ନୂଆ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହି ଖୁବ୍‌ କମ୍‌ ଦିନରେ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ମଧ୍ୟ ସେ। କିଛି ନା କିଛି ଫଟୋ ଭିଡିଓ ଶେୟାର କରି ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି । ତାଙ୍କର ଷ୍ଟାଇଲିଷ୍ଟ ଲୁକ୍‌ ଦର୍ଶକଙ୍କ ମନ ଜିଣେ।
ତାଙ୍କର ଟିକିଏ ଝଲକ ଦେଖିବା ପାଇଁ ଦର୍ଶକ ମଧ୍ୟ ଚାହିଁ ରହିଥାଆନ୍ତି। ଏବେ ଠିକ୍‌ ସେମିତି ଏକ ଡିଜାଇନର ଗାଉନରେ ଫଟୋ ଶେୟାର କରି ଚର୍ଚ୍ଚାରେ ଅଛନ୍ତି ନୋରା । ଫଟୋରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ଏହା ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share