ନୋରାଙ୍କୁ ୫ ଘଣ୍ଟା ଜେରା

ମନିଲଣ୍ଡରିଂ ମାମଲାରେ ସମ୍ପୃକ୍ତ ମଧ୍ୟସ୍ଥ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଲିଙ୍କ୍‌ ଯୋଗୁ ଦିଲ୍ଲୀ ପୋଲିସର ଆର୍ଥିକ ଆପରାଧିକ ଶାଖା ଗୁରୁବାର ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହିଙ୍କୁ ଜେରା କରିଛି। ନୋରାଙ୍କୁ ପ୍ରାୟ ୫ ଘଣ୍ଟା ଧରି ପୋଲିସ ପଚରାଉଚରା କରିଥିଲା। ଏହା ପୂର୍ବରୁ ନୋରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସୁକେଶ ପୂର୍ବରୁ ନୋରାଙ୍କ ଭିଣୋଇ ବବିଙ୍କୁ ୬୫ ଲକ୍ଷ ଟଙ୍କାର ଏକ ବିଏମ୍‌ଡବ୍ଲ୍ୟୁ କାର୍‌ ଉପହାର ଦେଇଥିବା ବବି ସ୍ବୀକାର କରିଥିଲେ। ସୁକେଶଙ୍କ ସହଯୋଗୀ ପିଙ୍କି ଇରାନୀ ଏବଂ ବବିଙ୍କୁ ଏକାଠି ଜେରା କରାଯାଇଛି। ତେବେ ନୋରା କେବେ ସୁକେଶ କିମ୍ବା ପିଙ୍କିଙ୍କୁ ସାକ୍ଷାତ କରି ନ ଥିବା କହିଛନ୍ତି। ସେ କେବଳ ହ୍ବାଟସ୍‌ଆପ୍‌ ଯୋଗେ ସୁକେଶଙ୍କ ସହ ସମ୍ପର୍କରେ ଥିଲେ ବୋଲି କହିଛନ୍ତି। ଘଟଣାରେ ସୁକେଶ ଗିରଫ ହୋଇ ଜେଲରେ ଅଛନ୍ତି। ବହୁ ହାଇପ୍ରୋଫାଇଲ ବ୍ୟକ୍ତିଙ୍କଠାରୁ ସେ ଟଙ୍କା ଠକେଇ କରିଥିବା ତାଙ୍କ ନାଁରେ ଅଭିଯୋଗ ରହିଛି।

Share