ଜ୍ୟାକଲିନ୍‌ଙ୍କ ବଦଳରେ ନୋରା

ସାଉଥ୍‌ ସୁପରଷ୍ଟାର ପବନ କଲ୍ୟାଣଙ୍କ ସହ ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି ନୋରା ଫତେହି। ସାଉଥ୍‌ ଫିଲ୍ମ ‘ହରି ହର ଭୀରା ମାଲୁ’ ଫିଲ୍ମରେ ପ୍ରଥମେ ଜ୍ୟାକଲିନ୍‌ ସାଇନ୍‌ କରଥିଲେ। କିନ୍ତୁ କୌଣସି କାରଣରୁ ଜ୍ୟାକଲିନ୍‌ଙ୍କ ଜାଗାରେ ନୋରାଙ୍କୁ ଚୟନ କରାଯାଇଛି। ଫିଲ୍ମରେ ନୋରା ଶାନାରା ବେଗମଙ୍କ ଭୂମିକାରେ ଅଭିନୟ କରିବେ। ଏହି ଚରିତ୍ରକୁ ଜ୍ୟାକଲିନ୍‌ଙ୍କ ବଦଳରେ ନୋରା ଭଲଭାବେ କରିପାରିବେ ବୋଲି ଫିଲ୍ମ ନିର୍ମାତାଙ୍କ ପକ୍ଷରୁ କୁହାଯାଇଛି। କ୍ରିଶ ଜଗରଲାମୁଦି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି। ଚଳିତ ବର୍ଷ ଫିଲ୍ମଟି ରିଲିଜ୍‌ ହେବାକୁ ଥିବାବେଳେ କରୋନା ପାଇଁ ଏହାର ଶୁଟିଂ ହୋଇପାରି ନ ଥିଲା। ଫିଲ୍ମରେ ପବନ କଲ୍ୟାଙ୍କ ବ୍ୟତୀତ ଅର୍ଜୁନ ରାମପାଲ, ନିଧି ଅଗ୍ରଓ୍ବାଲ ଏବଂ ନରଗିସ ଫକ୍ରି ପମୁଖ ଭୂମିକାରେ ଅଭିନୟ କରିବେ।

Share