ନୋରାଙ୍କୁ କରୋନା

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ପୁଣିଥରେ ହାହାକାର ହୋଇଥିବା ବେଳେ ମନୋରଞ୍ଜନ ଦୁନିଆ ବି ଏଥିରୁ ବାଦ୍ ଯାଉନି । କିଛିଦିନ ପୂର୍ବେ ନାୟିକା କରିନା କପୁର ଖାଁ ଓ ଅମୃତା ଅରୋଡା କରୋନାରେ ପୀଡ଼ିତ ହୋଇଥିବା ବେଳେ ଏବେ ଅର୍ଜୁନ କପୁର ବି କରୋନା ପଜିଟିଭ ବୋଲି ଜଣାପଡିଥିଲା । କେବଳ ସେତିକି ନୁହେଁ ଅର୍ଜୁନଙ୍କ ଭଉଣୀ ଅଂଶୁଳା କପୁର ବି କରୋନାରେ ପୀଡ଼ିତ ଥିବା ତାଙ୍କ ଜନ୍ମଦିନରେ ଜଣାପଡିଥିଲା । ଏବେ ଲକ୍ଷେ ଦିଲ କି ଧଡକନ ତଥା ବଲିଉଡ୍ ଡ୍ୟାନ୍ସ କୁଇନ୍ ବିଦେଶୀ ନାୟିକା ନୋରା ଫତେହି କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି । ଏମିତି ଏକ ଖବର ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି । ସେ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ଏହାହିଁ କାମନା କରୁଛନ୍ତି ପ୍ରଶଂସକ ।

Share