ଆଇଫା ଆୱାର୍ଡରେ ଧମାକା କରିବେ ନୋରା, ଭିଡିଓ ଭାଇରାଲ

ମୁମ୍ବାଇ: ଖୁବଶୀଘ୍ର ଘୋଷଣା ହେବ ଆଇଫା ଆୱାର୍ଡ । ଏଥର ବି ଆବୁ ଧାବିରେ ବଲିଉଡ ସେଲିବ୍ରିଟିମାନେ ନିଜ ନିଜ ଷ୍ଟାଇଲିସ ଅନ୍ଦାଜରେ ଦର୍ଶକଙ୍କ ଦିଲ ଜିତିବାକୁ ପ୍ରସ୍ତୁତ ହୋଇଗଲେଣି । ଏହାରି ଭିତରେ ଶୋ’ ହେବା ପୂର୍ବରୁ ନୋରା ଫତେହିଙ୍କ ଏକ କିଲର ଭିଡିଓ ସାମ୍ନାକୁ ଆସିଛି । ଏଥିରେ ନୋରା ଆଇଫା ଷ୍ଟେଜରେ ଡ୍ୟାନ୍ସ କରୁଥିବା ଦେଖାଯାଇଛି । ସୂଚନାଯୋଗ୍ୟ, ନୋରାଙ୍କ ଏହି ଡ୍ୟାନ୍ସିଂ ଭିଡିଓ ଆଇଫାର ଅଫିସିୟାଲ ଇନଷ୍ଟାଗ୍ରାମରେ ଶେୟାର କରାଯାଇଛି ।
ଏହାକୁ ଶେୟାର କରି କ୍ୟାପଶନରେ ଲେଖାଯାଇଛି, ନୋରା ଫତେହି ନିଶ୍ଚିତ ଭାବେ ତାଙ୍କର ଶାନଦାର ମୁଭ୍‌ସରେ ଆମ ଦିଲ ଚୋରାଇବା ଜାଣିଛନ୍ତି ଆଉ ଆମେ ତାଙ୍କୁ ଖୁବଶୀଘ୍ର ଦେଖିବାକୁ ପ୍ରସ୍ତୁତ ଅଛୁ । ଏହି ଅଦ୍ଭୁତ ଅନୁଭବକୁ ସ୍ମୃତିରେ ସାମିଲ କରିବାକୁ ହାସଟ୍ୟାଗ ଆଇଫା ୨୦୨୩ ପାଇଁ ଆପଣଙ୍କ ଟିକେଟ ବୁକ କରି ନିଅନ୍ତୁ । ସୂଚନାଯୋଗ୍ୟ, ଆଇଫା ଇଭେଣ୍ଟ ୧୦ ଓ ୧୧ ଫେବୃୟାରୀ ୨୦୨୩ରେ ଆବୁ ଧାବିର ୟାସ ଦ୍ୱିପରେ ଆୟୋଜନ କରାଯିବ । ଏଥିରେ ମ୍ୟୁଜିକ ଓ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକେ ଗୋଟିଏ ମଞ୍ଚରେ ଏକାଠି ହେବେ ।
ଦ୍ୱିତୀୟ ଥର ଲାଗି ୟାସ ଦ୍ୱିପରେ ଏହି ଶୋ’ର ଆୟୋଜନ କରାଯାଇଛି । କେବଳ ସେତିକି ନୁହେଁ ଏଥର ବି ରଣବୀର ସିଂ ଏହି ଶୋ’କୁ ହୋଷ୍ଟ କରିବେ । ଶୋ’କୁ ନେଇ ଉତ୍ସାହ ରହିଛି କାରଣ ଶୋ’ରେ ନୋରା-ରଣବୀରଙ୍କ ବ୍ୟତୀତ ସଲମାନ ଖାଁ, ବରୁଣ ଧୱନ, କରଣ ଜୋହର ଓ କ୍ରିତି ସାନନଙ୍କ ସମେତ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ ବଡ କଳାକାରମାନେ ଉପସ୍ଥିତ ରହିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ: ସୁରକ୍ଷା, ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୬: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଏବଂ…

କେସିଙ୍ଗାର ଦୁଇ ଜଣ ଓପିଏସସିଙ୍କୁ ସମ୍ବର୍ଦ୍ଧନା: ଗରିବଙ୍କ ସମସ୍ୟା ବୁଝିବାକୁ ଉଭୟଙ୍କୁ କହିଲେ ବିଡିଓ

କେସିଙ୍ଗା, ୧୬।୬ (ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୨ ଜଣ ଓପିଏସସିଙ୍କୁ ବୃନ୍ଦାବନ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବିଏସଏର ନୂତନ ସଭାଗୃହରେ ମଙ୍ଗଳବାର…

ମୃତ୍ୟୁ ପୂର୍ବରୁ ମା’ଙ୍କୁ ହ୍ବାଟଆପ୍‌ରେ ଚାଟିଂ କରିଥିଲେ ଚନ୍ଦ୍ରିକା, କହି ଦେଇଥିଲେ ଏହି କଥା…

କଟକ,୧୬।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡିଜିଟାଲ ତଥ୍ୟ ସଂଗ୍ରହ ହୋଇଛି। ଉଦଳା ସ୍ଥିତ ଚନ୍ଦ୍ରିକାଙ୍କ ଘରୁ ତଥ୍ୟ ସଂଗ୍ରହ କରାଯାଇଥିବା କଟକ ଡିସିପି ……

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହିଦିନ ମିଳିବ ହିତାଧିକାରୀଙ୍କୁ ଭତ୍ତା ଟଙ୍କା!

ଭୁବନେଶ୍ୱର,୧୬।୬: ହିତାଧିକାରୀଙ୍କ ପାଇଁ ଆସିଲା ଖୁସିଖବର। ଖୁବ୍‌ଶୀଘ୍ର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ଭତ୍ତା ଟଙ୍କା । ଏନେଇ ମଙ୍ଗଳବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଲା କେପ୍‌ ଭର୍ଡେ

ଆଟଲାଣ୍ଟା,୧୫ା୬- ବିଶ୍ୱ ମାନ୍ୟତାର ୬୭ତମ ସ୍ଥାନରେ ଥିବା କେପ ଭର୍ଡେ ତା’ର ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରିଟ ସ୍ପେନ ବିପକ୍ଷରେ ଖେଳାଯାଇଥିବା…

ଅଜଣା ରୋଗରେ ବହୁସଂଖ୍ୟକ ଛେଳି ମୃତ; ପ୍ରାଣୀ ବିଭାଗ ପାଖରେ ନାହିଁ ଖବର

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମ୍ମା, ଟିକରପଡ଼ା, ଢେପାପେଣ୍ଠ ପ୍ରଭୃତି ଗ୍ରାମମାନଙ୍କରେ ଗତ କିଛିଦିନ ହେଲା ଅଜଣା ରୋଗରେ…

ଥମୁନି ପଶୁ କାମୁଡ଼ା, ଟିକାକରଣ ଭରସାରେ ରୋଗୀ

ଛତ୍ରପୁର, ୧୬।୬ (ଦିଲୀପ ସାମଲ): ଘରେ ନିରୀହ ପଶୁ ପାଳିଲେ ଗୃହ ପରିବାର ଭିତରେ ଆତ୍ମୀୟତା ସହିତ ସେବା ମନୋବୃତ୍ତି ବଢ଼େ ବୋଲି ବିଶାସରେ ଅଛି। କିନ୍ତୁ…

ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଟ୍ରକ୍‌, ୨ ଚାଳକ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ,୧୬।୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଭଷ୍ମା ଥାନା ଅନ୍ତର୍ଗତ କଇତରା ନିକଟରେ ବିଜୁ ଏକ୍ସପ୍ରେସ ଓ୍ବେରେ ମଙ୍ଗଳବାର ସକାଳେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri