ପଟିଆଲା ହାଉସ କୋର୍ଟରେ ପହଞ୍ଚିଲେ ନୋରା ଫତେହି

ନୂଆଦିଲ୍ଲୀ,୩୧।୭: ବଲିଉଡର ଡ୍ୟାନ୍ସିଂ କ୍ୱିନ ନୋରା ଫତେହି ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ସୋମବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ପହଞ୍ଚିଛନ୍ତି।ଏହା ପୂର୍ବରୁ ନୋରା ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖାରେ ପହଞ୍ଚି ଏହି ମାମଲାରେ ନିଜର ବୟାନ ଦେଇଥିଲେ।
ସୋମବାର ସେ କୋର୍ଟରେ ପହଞ୍ଚିବା ବେଳେ ଖୁବ ତରବର ଥିବା ଜଣାପଡୁଥିଲେ। ଆକ୍ଟ୍ରେସଙ୍କୁ ଏହି ସମୟରେ ବ୍ଲାକ ଆଉଟ ଫିଟରେ ସ୍ପଷ୍ଟ କରାଯାଇଥିଲା। ଏହି ସମୟରେ ତାଙ୍କ ସହ ଅନ୍ୟ କେତେଜଣ ବ୍ୟକ୍ତି ଥିବା ବେଳେ ସେ ସିଧା ସିଧା କୋର୍ଟ ଭିତରକୁ ଚାଲି ଯାଇଥିଲେ।

ସୂଚନାଯୋଗ୍ୟ, ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ନୋରା ଫତେହିଙ୍କୁ ମଧ୍ୟ ଅନେକ ଥର ପଚରାଉଚରା କରାଯାଇଥିଲା, ଏହି ସମୟରେ ନୋରା ପ୍ରକାଶ କରିଥିଲେ ଯେ କନମ୍ୟାନ ସୁକେଶ ଚନ୍ଦ୍ରଶେଖର ତାଙ୍କ ଭିଣୋଇ ବବିଙ୍କୁ ପ୍ରାୟ ୬୫ଲକ୍ଷ ଟଙ୍କା ମୂଲ୍ୟର ବିଏମଡବ୍ଲୁ କାର ଉପହାର ଦେଇଛନ୍ତି। ଅଭିନେତ୍ରୀଙ୍କ କହିବାନୁସାରେ, ସୁକେଶ ଚନ୍ଦ୍ରଶେଖରଙ୍କ ପତ୍ନୀଙ୍କ ଚେନ୍ନାଇରେ ନିର୍ମିତ ଏକ ଷ୍ଟୁଡିଓରେ ହୋଇଥିବା ଏକ ଇଭେଣ୍ଟରେ ସେ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଇଭେଣ୍ଟକୁ ଆସିବା ପରିବର୍ତ୍ତେ ସୁକେଶ ଫି ବଦଳରେ ବିଏମଡବ୍ଲୁ ପରି ବିଳାସପୂର୍ଣ୍ଣ କାରକୁ ନୋରାକୁ ଉପହାର ଦେଇଥିଲେ। ଅଭିନେତ୍ରୀଙ୍କ କହିବାନୁସାରେ, ସେ ହ୍ବାଟ୍ସଆପ ଜରିଆରେ ସୁକେଶଙ୍କ ସହିତ କଥାବାର୍ତ୍ତା କରୁଥିଲେ, କିନ୍ତୁ ପରେ ସୁକେଶ ବାରମ୍ବାର ଫୋନ କରି ନୋରାଙ୍କୁ ହଇରାଣ କରିବା ପରେ ସୁକେଶଙ୍କ ସହିତ ସେ ଯୋଗାଯୋଗ ଶେଷ କରିଥିଲେ।

Share