ପ୍ରଶଂସକଙ୍କ ମନ ଜିତୁଛି ନୋରା ଫତେହିଙ୍କ ଲାଟେଷ୍ଟ ଫଟୋଶୁଟ୍‌

ବଲିଉଡ୍‌ ଡ୍ୟାନ୍ସର ତଥା ଅନ୍ୟତମ ହଟ୍‌ ଆକ୍ଟ୍ରେସ ନୋରା ଫତେହିଙ୍କ ଲାଟେଷ୍ଟ ଫଟୋଶୁଟକୁ କୌଣସି ଶବ୍ଦରେ ପ୍ରଶଂସା କରିହେବ ନାହିଁ। ଏ କଥା ଆମେ ନୁହେଁ, ତାଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ୟୁଜର୍ସ ଦେଉଛନ୍ତି କିଛି ଏଭଳି କମ୍ପ୍ଲିମେଣ୍ଟ। ତାଙ୍କର ନୂଆ ଫଟୋଶୁଟ୍‌ ବିଭିନ୍ନ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପୁଛି। ଫଟୋରେ ବଡିକନ ଗାଉନ ପିନ୍ଧିଛନ୍ତି ଫତେହି, ଯାହା ବହୁ ଗୁଣରେ ବଢ଼ାଇ ଦେଇଛି ତାଙ୍କ ସୌନ୍ଦର୍ଯ୍ୟକୁ। ନୋରା ଏବେ ଆହୁରି ଫଟୋ ଶେୟାର କରୁଛନ୍ତି। ତାଙ୍କ ଗାଉନକୁ ଡିଜାଇନ କରିଛନ୍ତି ଡିଜାଇନର ୟୁସେଫ ଅଲଜାସମି।

ସତ୍ୟ ମେବ ଜୟତେ ଫିଲ୍ମର ଦିଲବର ଗୀତ ହେଉ କି, ବଟଲା ହାଉସର ଓ ସାକି ସାକି ଏବଂ ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ର ଗରମି ଗୀତରେ ଦେଖିବାକୁ ମିଳିଥିଲା ନୋରାଙ୍କ ଡ୍ୟାନ୍ସର ଜଲ୍‌ବା। ତାଙ୍କ ଡ୍ୟାନ୍ସର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା କିଛି ନୂଆ କଥା ନୁହେଁ।

Share