ମରୁଭୂମିରେ ଦମ୍‌ଦାର ଡ୍ୟାନ୍ସ କରୁଛନ୍ତି ନୋରା ଫତେହି: ଭିଡିଓ ଭାଇରାଲ

ଦମଦାର୍‌ ଡ୍ୟାନ୍ସ ପାଇଁ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ନୋରା ଫତେହି। ସୋସିଆଲ ମିଡିଆରେ ସବୁବେଳେ ନୋରା ବେଶ ସକ୍ରିୟ ରହୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ନୋରାଙ୍କ ଡ୍ୟାନ୍ସର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ନୋରା ମରୁଭୂମିରେ ଧଳା ରଙ୍ଗର ଡ୍ରେସ ପିନ୍ଧି ଅରବିକ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ତାଙ୍କ ଚାରିପାଖରେ ଲୋକ ଉପସ୍ଥିତ ଅଛନ୍ତି। ଏହି ଭିଡିଓକୁ ନୋରା ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ କରିଥିବାବେଳେ ଅନେକ ଭିନ୍ନମତ ଦେଇଛନ୍ତି।

Share