ପସନ୍ଦ ଆସିଲେନି ନୋରା!

ମୁମ୍ବାଇ: ବିଦେଶରୁ ଆସି ବଲିଉଡ୍‌ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିବା ନୋରା ଫତେହିଙ୍କର ରହିଛନ୍ତି ବହୁ ପ୍ରଶଂସକ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ନୋରା ଅନେକ ସମୟରେ ତାଙ୍କର କିଛି ଫଟୋ ଓ ଭିଡିଓ ପୋଷ୍ଟ କରି ପ୍ରଶଂସକଙ୍କ ମନ ଜିଣନ୍ତି । ଏଥର ବି ଏହି ଡ୍ୟାନ୍ସ କୁଇନ କିଛି ଫଟୋ ଶୁଟର ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ । ହେଲେ ଏହା ତାଙ୍କ ପ୍ରଶଂସକଙ୍କୁ ପସନ୍ଦ ଆସିଲାନି ବୋଲି କୁହାଯାଉଛି । ୱାନ ପିସ୍ ଡ୍ରେସ ପିନ୍ଧି ନୋରା ଯେଉଁ ଫଟୋ ଓ ଭିଡିଓ ଶେୟାର କରିଥିଲେ ତାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ କହିଥିଲେ ‘ବାସ୍ କରୋ’ । ଫିକା ବ୍ଲୁ କଲର ଡ୍ରେସରେ ନୋରାଙ୍କ ପୋଜ୍ ଦେଖିଲା ଭଳି ଥିଲା । ଏହାସହ ଏକ୍ସପ୍ରେସନ ବି ସୁନ୍ଦର ଲାଗୁଥିଲା । ଯାହା ବି ହେଉ ଖୁବଶୀଘ୍ର ଏହି ନାୟିକା ‘ଭୁଜ ଦ ପ୍ରାଇଡ ଅଫ୍ ଇଣ୍ଡିଆ’ରେ ଦେଖାଦେବେ । ଯାହାକୁ ନେଇ ବହୁତ ଚର୍ଚ୍ଚା ହେଉଛି । ଏଥିରେ ନୋରାଙ୍କ ଡ୍ୟାନ୍ସ ସହ ଅଭିନୟ ବି ଦେଖିବାକୁ ମିଳିବ ।

Share