ବିଛଣାରୁ ଉଠି ପାରୁନାହାନ୍ତି ନୋରା

ମୁମ୍ବାଇ: ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଛି। ଅର୍ଜୁନ କପୁର ଏବଂ ରିୟା କପୁର କରୋନା ଆକ୍ରାନ୍ତ ହେବା ପରେ ଏବେ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ନୋରା ଫତେହୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ନିଜେ ନୋରା ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି।

ନୋରା ତାଙ୍କ ଇନ୍‌ଷ୍ଟାଗ୍ରାମରେ କହିଛନ୍ତି, ବନ୍ଧୁଗଣ ମୋ’ ସ୍ବାସ୍ଥ୍ୟାବସ୍ଥା ବହୁତ ଖରାପ। ମୁଁ ବର୍ତ୍ତମାନ କରୋନା ସହ ଲଢ଼େଇ କରୁଛି। ଏହା ପ୍ରକୃତରେ ମୋତେ ବହୁତ କଷ୍ଟ ଦେଉଛି। ଏପରିକି ମୁଁ ବିଛଣାରୁ ଉଠିପାରୁନାହିଁ। ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛି। ଦୟାକରି ସୁରକ୍ଷିତ ରୁହନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ। ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ଏହା କାହା ପାଇଁ ଅଲଗା ହୋଇପାରେ। ଦୁର୍ଭାଗ୍ୟବଶତଃ ମୁଁ ବହୁତ ଯନ୍ତ୍ରଣା ପାଉଛି। ଭଲ ହେବାକୁ ଚେଷ୍ଟା କରୁଛି। ସୁସ୍ଥ ହେବା ମୋ’ ପାଇଁ ଗୁରୁତ୍ୱପୂର୍ଣ୍ଣ। ସ୍ବାସ୍ଥ୍ୟ ଅପେକ୍ଷା କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ। ସୁସ୍ଥ ରୁହନ୍ତୁ। ସୁରକ୍ଷିତ ରୁହନ୍ତୁ।

Share