Categories: ଫୁରସତ

ଡାଇବେଟିସରେ ବ୍ୟବହାର କରୁଛନ୍ତି କି ଆର୍ଟିଫିସିଆଲ ସୁଗାର, ହୁ କଲା ସାବଧାନ

ପ୍ରତିଟି ଘରେ ଏବେ ଡାଇବେଟିସ ସମସ୍ୟା ଦେଖାଯାଉଛି। କେବଳ ବୟସ୍କ ନୁହେଁ ଯୁବପିଢି ଠାରୁ ଆରମ୍ଭ କରି ଛୋଟପିଲା ମଧ୍ୟ ଏହି ରୋଗରେ ପୀଡିତ ହେଉଛନ୍ତି। ମିଠା ଜିନିଷ ଖାଇବା ଏବଂ ପିଇବା ସ୍ବାସ୍ଥ୍ୟ ପାଇଁ ଅନେକ ଗୁରୁତର କ୍ଷତି କରିଥାଏ। ଏହାକୁ ଦୃଷ୍ଟିରେ ରଖି ଗତ କିଛି ବର୍ଷ ମଧ୍ୟରେ ଚିନି ନ ଥିବା ମିଠା ବା ଆର୍ଟିଫିସିଆଲ ସୁଗାରର ବ୍ୟବହାର ବୃଦ୍ଧି ପାଇଛି। ଚିନିର ମାତ୍ରାଧିକ ବ୍ୟବହାର ଯେପରି ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ସେହିପରି ଏହି ଆର୍ଟିଫିସିଆଲ ସୁଗାରର ମାତ୍ରାଧିକ ବ୍ୟବହାର ମଧ୍ୟ ଶରୀର ଉପରେ ଗୁରୁତର ପ୍ରଭାବ ପକାଇଥାଏ। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ହୁ) ଏହାର ବ୍ୟବହାରକୁ ନେଇ ସତର୍କ କରାଇଛି।

ହୁ ଅନୁଯାୟୀ, ଚିନି ନ ଥିବା ମିଠା ଦୀର୍ଘକାଳୀନ ବ୍ୟବହାର ଯୋଗୁ ଟାଇପ-୨ ଡାଇବେଟିସ, ହୃଦରୋଗ ହେବାର ଆଶଙ୍କା ରହିଛି। କେବଳ ଏତିକି ନୁହେଁ, ଓଜନ ନିୟନ୍ତ୍ରଣ ପାଇଁ ଏହାର ବ୍ୟବହାର ମଧ୍ୟ ବିପଦଜନକ ଅଟେ। ବିଶେଷଜ୍ଞମାନେ କହିଛନ୍ତି, ଯେଉଁମାନେ ଏହାକୁ ଓଜନ ନିୟନ୍ତ୍ରଣ ପାଇଁ ବ୍ୟବହାର କରୁଛନ୍ତି ସେମାନେ ଏହାଦ୍ୱାରାଆଶାନୁରୂପକ ଫଳାଫଳ ପାଆନ୍ତି ନାହିଁ। ଅପରପକ୍ଷେ, ଏହାର ଅତ୍ୟଧିକ ବ୍ୟବହାର ଟାଇପ-୨ ମଧୁମେହ, ହୃଦରୋଗ କିମ୍ବା ଷ୍ଟ୍ରୋକର ଆଶଙ୍କାକୁ ବଢାଇଥାଏ।

ଏହି ଆର୍ଟିଫିସିଆଲ ସ୍ବିଟନରରେ କୌଣସି ପୋଷକ ତତ୍ତ୍ୱ ନାହିଁ ବୋଲି ହୁ ସ୍ବୀକାର କରିଛି। ଚିନି ବଦଳରେ ଏସିସୁଲଫେମ କେ, ଆସପାର୍ଟେମ, ସାଇକ୍ଲାମେଟସ, ନିଓଟେମ, ସାକାରିନ, ସୁକ୍ରାଲୋଜ, ଷ୍ଟେଭିଆ ଓ ଷ୍ଟେଭିଆ ଡେରିଭେଟିଭ ଭଳି ଏହି ଆର୍ଟିଫିସିଆଲ ସ୍ବିଟନେସ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ।

Share