ଫସଲ ବୀମାରୁ ବଞ୍ଚିତ ଅଣଋଣୀ ଚାଷୀ

କେନ୍ଦ୍ରାପଡ଼ା,୧୦ା୭ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର କୃଷି ଉତ୍ପାଦ ପାଇଁ ଜଳ ପରିଚାଳନା ଏକ ବଡ଼ ସମସ୍ୟା। ବର୍ଷା ଓ ବନ୍ୟା ସମୟରେ କ୍ଷେତରୁ ଜଳ ନିଷ୍କାସନ ନ ହେବାରୁ ଫସଲ ନଷ୍ଟ ହେଉଛି। ସେହିପରି ଜଳସେଚନ କ୍ଷେତ ଜମି ଅତି ନଗଣ୍ୟ ଥିବାରୁ ଅଧିକାଂଶ ଚାଷ ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଏହାବ୍ୟତୀତ ସାମୁଦ୍ରିକ ଝଡ଼ ଏହି ଜିଲାକୁ ସର୍ବଦା ଲାଗି ରହିଛି। ଏପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବେଶ ସହାୟକ। ତେବେ କେନ୍ଦ୍ରାପଡ଼ା ଜିଲାରେ ଅଣଋଣୀ ଚାଷୀଙ୍କୁ ଏଥିରେ ସାମିଲ କରି ବୀମା ଅର୍ଥ ଯୋଗାଇ ଦେବାରୁ ପ୍ରଶାସନ ବିଫଳ ହୋଇଛି। ଜିଲା କୃଷି ବିଭାଗ ତଥ୍ୟ ଅନୁଯାୟୀ, ୨୦୨୩ ଖରିଫ ଧାନ ଫସଲ ପାଇଁ ମୋଟ ୧ଲକ୍ଷ ୫୨ ହଜାର ହେକ୍ଟର ଜମିରେ ଚାଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଜିଲାରେ ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ଏଥିରେ ସାମିଲ ହେଉଥିଲେ ମଧ୍ୟ ବିଭିନ୍ନ କୃଷି ସମବାୟ ସମିତି ମାଧ୍ୟମରେ ପ୍ରାୟ ୧ଲକ୍ଷ ୨୦ ହଜାର କୃଷକ ଫସଲ ବୀମାରେ ସାମିଲ ହୋଇଛନ୍ତି। ସେହିପରି ପ୍ରାୟ ୪ ହଜାର ଅଣଋଣୀ ଚାଷୀ ଫସଲକୁ ବୀମାଭୁକ୍ତ କରିଛନ୍ତି। ଯାହା ଫସଲ ବୀମା କ୍ଷେତ୍ରରେ ଥିବା ଅସମାନତାକୁ ଦର୍ଶାଉଛି।
କୃଷକନେତା ବିଧୁଭୂଷଣ ମହାପାତ୍ର କହିଛନ୍ତି, ଜିଲାର କୃଷିକ୍ଷେତ୍ରକୁ ଅନୁଧ୍ୟାନ କଲେ ୪ଟି ବୃହତ ସମସ୍ୟା ଚାଷୀଙ୍କୁ ସର୍ବଦା ଆତଙ୍କିତ କରୁଛି। ଜିଲାରେ ୩୪,୯୫୨ ହେକ୍ଟର କ୍ଷେତ ଜମି ବନ୍ୟା ପ୍ଳାବିତ ଅଞ୍ଚଳରେ ଅଛି। ସେହିପରି ୩୨,୩୫୦ ହେକ୍ଟର କ୍ଷେତ ଲୁଣାଞ୍ଚଳ ହୋଇଥିବା ବେଳେ ମରୁଡ଼ିପ୍ରବଣ ୮୪,୯୧୦ ହେକ୍ଟର ଓ ଜଳ ନିଷ୍କାସନ ସମସ୍ୟା ୧୫,୮୫୦ ହେକ୍ଟର ଚାଷ କ୍ଷେତରେ ଅଛି। ଏହାବ୍ୟତୀତ ସାମୁଦ୍ରିକ ଜୁଆର, ବାତ୍ୟା ଦ୍ୱାରା ଖରିଫ ଓ ରବି ଫସଲ ନଷ୍ଟ ହେଉଛି। ୨୦୧୧ ଜନଗଣନା ତଥ୍ୟ ଆଧାରରେ ସେ କହିଥିଲେ, ଜିଲାରେ ମୋଟ ଚାଷୀଙ୍କ ମଧ୍ୟରୁ ୧,୨୦,୩୦୯ ନାମମାତ୍ର ଓ ୩୦,୮୪୧ କ୍ଷୁଦ୍ର ଚାଷୀଙ୍କ ସହ ୧,୪୩,୮୬୪ କୃଷି ଶ୍ରମିକ ଅଛନ୍ତି। ଆର୍ଥିକ ଦୁରବସ୍ଥା ଯୋଗୁ ବହୁ ଚାଷୀ ବ୍ୟାଙ୍କ ଋଣ ନ ପାଇ ହାତ ଉଧାରି ଆଣି ଫସଲ କରିଥାନ୍ତି। ଏହିମାନେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଫସଲ ବୀମାରେ ସାମିଲ ହୋଇ ନ ଥିବାରୁ କ୍ଷତିପୂରଣ ମିଳିବାରୁ ବଞ୍ଚତ୍ତ ହେଉଛନ୍ତି। କୃଷକ ନେତା ଗୟାଧର ଧଳ କହିଛନ୍ତି, ବୀମା କମ୍ପାନୀର ଅବହେଳା ଓ ଜନସଚେତନତାର ଅଭାବ ଏହି ସୁଦୂରପ୍ରସାରୀ ଯୋଜନା କାର୍ଯ୍ୟକାରୀରେ ଅନ୍ତରାୟ ସୃଷ୍ଟି କରୁଛି। ବୀମା ହୋଇଥିଲେ ଫସଲହାନିରେ କ୍ଷତିପୂରଣ ମିଳିପାରିବ। ତେବେ ଭାଗଚାଷୀ ଓ କେତେଜଣ ସ୍ବାଭିମାନୀ ଚାଷୀ ଋଣ କରି ନ ଥିବାରୁ ଏହାର ସୁଫଳ ପାଇ ପାରୁନାହାନ୍ତି। ପ୍ରାକୃତିକ ବିପର୍ଯ୍ୟୟ କ୍ଷତିଭରଣା ମିଳୁ ନ ଥିବାରୁ ଯୁବବର୍ଗ କୃଷିକ୍ଷେତ୍ର ପ୍ରତି ଆଗ୍ରହ ଦେଖାଉ ନାହାନ୍ତି। କେନ୍ଦ୍ରାପଡ଼ା ବ୍ଲକ ଦେପୁରା ଗ୍ରାମର ଚାଷୀ ଜଗଦୀଶ ପତି କୁହନ୍ତି, ୩ ବର୍ଷ ହେବ କେନାଲରେ ଜଳ ପରିଚାଳନା ଉପଯୁକ୍ତ ସମୟରେ ହେଉ ନ ଥିବା ଯୋଗୁ ଫସଲହାନି ହେଉଛି। ଫସଲ ବୀମା ହୋଇଥିଲେ ଚାଷ ଜନିତ କ୍ଷତି ଏତେ ବାଧି ନ ଥାନ୍ତା। ଫସଲ ଆମଦାନୀ ହେଉ ନ ଥିବାରୁ ଚଳିତବର୍ଷ ୧୩ ଏକରରୁ ୫ ଏକର ଜମିରେ ଚାଷ ବନ୍ଦ କରିଛି। ଏ ସମ୍ପର୍କରେ ଜିଲା କୃଷି ଅଧିକାରୀ ହିମାଂଶୁ ମୋହନ ମିଶ୍ରଙ୍କୁ ପଚାରିବାରେ ୨୦୧୬ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ ହେଲା। ଏ ନେଇ ଚିଠି ମିଳିବା ପରେ ଜିଲାର ବହୁ ସ୍ଥାନରେ ବୈଠକ ସହ ଜନସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ପ୍ରତି ପଞ୍ଚାୟତରେ ଏହି ବୀମା ସମ୍ପର୍କରେ ବାର୍ତ୍ତା ପହଞ୍ଚାଇବା ପାଇଁ ବିଭାଗୀୟ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଅଣଋଣୀ ଚାଷୀଙ୍କ ନିକଟରେ ଏ ସମ୍ପର୍କରେ ବାର୍ତ୍ତା ପହଞ୍ଚାଇବା ପାଇଁ ଅଧିକ ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri