Categories: ଜାତୀୟ

ଉତ୍କଟ ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ: ଡିଜେଲ ଟ୍ରକ୍‌ ପ୍ରବେଶ ବନ୍ଦ

ନୂଆଦିଲ୍ଲୀ,୨ା୧୧: ଦୀପାବଳି ପୂର୍ବରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ସ୍ଥିତିରେ ପହଞ୍ଚିଛି। ଫଳରେ ରାଜଧାନୀରେ ଅତି ଜରୁରୀ ନ ଥିବା ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ସହ ସହର ମଧ୍ୟକୁ ଡିଜେଲ ଟ୍ରକ୍‌ ପ୍ରବେଶକୁ ନିଷେଧ କରାଯାଇଛି। ଗ୍ରେଡେଡ୍‌ ରେସ୍ପନ୍ସ ପ୍ଲାନ୍‌ର ତୃତୀୟ ପର୍ଯ୍ୟାୟରେ ଆହୁରି କେତେକ କଟକଣା ଲାଗୁ ହେବାକୁ ଯାଉଛି। ଗୁରୁବାର ଜାତୀୟ ପ୍ରଦୂଷଣ କମିଶନ୍‌ର ବାୟୁ ମାନ ପରିଚାଳନା ସବ୍‌କମିଟି ବୈଠକ ବସି ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଗୁରୁବାର ଅପରାହ୍ନରେ ଦିଲ୍ଲୀର ହାରାହାରି ବାୟୁ ମାନ ସୂଚକାଙ୍କ ୪୦୨ ରହିଥିଲା, ଯାହାକି ଅତି ଗମ୍ଭୀର ବିବେଚନା କରାଯାଉଛି। ଆଗକୁ ଏହା ଆହୁରି ଖରାପ ହେବାକୁ ଯାଉଛି। ପଡୋଶୀ ରାଜ୍ୟଗୁଡ଼ିକରେ ନଡ଼ା ପୋଡ଼ି ଯୋଗୁ ସହରରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି।

Share