ଅଣନିଃଶ୍ୱାସୀ କରୁଛି ଆବର୍ଜନା: ସ୍ବଚ୍ଛ ବାୟୁ ଚିନ୍ତା

ଭୁବନେଶ୍ୱର,୮।୯ (ବନ୍ଦନା ସେଠୀ): ସୁସ୍ଥ ଭାବେ ବଞ୍ଚିବା ପାଇଁ ସୁସ୍ଥ ବାତାବରଣ ଏବଂ ସ୍ବଚ୍ଛ ବାୟୁ ନିହାତି ଆବଶ୍ୟକ। ବର୍ତ୍ତମାନ ବାୟୁ ପ୍ରଦୂଷଣ ମାନବ ସମାଜ ପାଇଁ ଏକ ପ୍ରମୁଖ ପରିବେଶ ବିପଦ ଭାବେ ଉଭା ହୋଇଛି। ଏନେଇ ଲୋକଙ୍କୁ ସଚେତନ କରିବା ପାଇଁ ସେପ୍ଟେମ୍ବର ୭ତାରିଖରେ ‘ନୀଳ ଆକାଶ ପାଇଁ ଅନ୍ତର୍ଜାତୀୟ ସ୍ବଚ୍ଛ ବାୟୁ ଦିବସ’ ପାଳନ କରାଯାଉଛି। ଏହି କ୍ରମରେ ଗୁରୁବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମଧ୍ୟ ନୀଳ ଆକାଶ ପାଇଁ ଅନ୍ତର୍ଜାତୀୟ ସ୍ବଚ୍ଛ ବାୟୁ ଦିବସ’ ପାଳନ କରାଯାଇଛି। ତେବେ ରାଜଧାନୀ ଭୁବନେଶ୍ୱରରେ ଏବେ ବାୟୁ ପ୍ରଦୂଷଣ ବଢିଚାଲିଥିବାବେଳେ ସ୍ବଚ୍ଛ ବାୟୁ ପାଇବା କଷ୍ଟକର ହୋଇପଡ଼ିଲାଣି। କାରଣ ସହରର ବିଭିନ୍ନ ସ୍ଥାନରେ ଆବର୍ଜନା ଗଦା ହୋଇରହୁଥିବାବେଳେ ନାଳନର୍ଦ୍ଦମା ସଫା ହେଉ ନ ଥିବାରୁ ଦୁର୍ଗନ୍ଧ ହେଉଛି। ସେହିପରି ଦାରୁଠେଙ୍ଗ ଡମ୍ଫିଂ ୟାର୍ଡ ବନ୍ଦ ହେବା ଦିନଠାରୁ ଆବର୍ଜନା ପକାଇବା ପାଇଁ ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ (ଟେମ୍ପରାରି ଟ୍ରାନ୍‌ଜିଟ୍‌ ଷ୍ଟେଶନ) ଉପରେ ନିର୍ଭର କରାଯାଉଛି। ବିଏମ୍‌ସିର ସୂଚନା ଅନୁଯାୟୀ, ଏବେ ସହରରୁ ଦୈନିକ ୯ଶହ ଟନ୍‌ ଆବର୍ଜନା ବାହାରୁଛି। ସେଥିରୁ ୪ଶହରୁ ଊର୍ଦ୍ଧ୍ୱ ଟନ୍‌ ଟିଟିଏସ୍‌କୁ ଯାଉଛି। ବାକି ଆବର୍ଜନା ବିଭିନ୍ନ ଓ୍ବାର୍ଡରେ ଥିବା ଏମ୍‌ସିସିରେ କମ୍ପୋଷ୍ଟ କରାଯାଉଛି। ଏତେ ମାତ୍ରାରେ ଆବର୍ଜନା ପଡୁଥିବାରୁ ଏବେ ଟିଟିଏସ୍‌ ଭର୍ତ୍ତି ହୋଇ ଉଛୁଳିବାକୁ ବସିଲାଣି। ଟିଟିଏସ୍‌ରେ ଆବର୍ଜନା ସୀମା ଟପିଥିଲେ ବି ତା’ ଉପରେ ଉପରେ ଗଦା କରାଯାଉଛି। ଫଳରେ ସୈନିକ ସ୍କୁଲ ଆଖପାଖ ଭିଏସ୍‌ସ୍‌ ନଗର, ଗାଡ଼କଣ ଆଦି ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡୁଛି। ସେହିପରି ବର୍ଷାପାଣି ପଡିଲେ ଲୋକେ ଝରକା କବାଟ ବନ୍ଦ କରି ରହିବାକୁ ବାଧ୍ୟ ହେଉଛନ୍ତି। ଦୀର୍ଘଦିନ ଧରି ଏଭଳି ଦୁର୍ଗନ୍ଧ ଓ ଅସ୍ବାସ୍ଥ୍ୟକର ପରିବେଶରେ ଲୋକେ ରହୁଥିଲେ ମଧ୍ୟ ବିଏମ୍‌ସି କୌଣସି ପଦକ୍ଷେପ ନେଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅସ୍ଥାୟୀ ଭାବେ ଆବର୍ଜନା ଗଦାଇବା ପାଇଁ ଚିହ୍ନଟ ହୋଇଥିବା ଏହି ସ୍ଥାନ ଏବେ ସ୍ଥାୟୀ ଡମ୍ପିଂୟାର୍ଡରେ ପରିଣତ ହୋଇଛି। ଟିଟିଏସ୍‌ ନିକଟରେ ଥିବା ଏକ ନାଳ ଏବେ ଆବଜର୍ନାରେ ପୋତି ହୋଇଗଲାଣି। ବର୍ଷବର୍ଷ ଧରି ଏଠାରେ ଆବର୍ଜନା ପଡିରହି ପଚୁଥିବାରୁ ସେଠାର ଜଳସ୍ତର ବିଷାକ୍ତ ହେବାକୁ ବସିଛି। ମାତ୍ର ଧର୍ମକୁ ଆଖିଠାର ଭଳି ବିଏମ୍‌ସି ଏ ସବୁ ଜାଣି ନ ଜାଣିଲା ଭଳି ବସି ରହିଛି। ସେହିପରି ଅଞ୍ଚଳବାସୀ ଏନେଇ ବିଏମସି କମିଶନର, ମେୟର ଏବଂ ସ୍ଥାନୀୟ ବିଧାୟକଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଅପରପକ୍ଷେ ଅଳିଆ ପୋଡ଼ିଲେ କିମ୍ବା କୋଇଲା ଆଞ୍ଚରେ ଖାଦ୍ୟ ରାନ୍ଧିଲେ ବାୟୁ ପ୍ରଦୂଷଣ ହେଉଥିବା ଦର୍ଶାଇ ବିଏମ୍‌ସି ବାସ୍ତବ ସମସ୍ୟାକୁ ଅଣଦେଖା କରି ଲୋକଙ୍କଠାରୁ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇ ନିଜର ଦାୟିତ୍ୱ ଖସାଇ ଦେଉଛି।

ଭୁବନେଶ୍ୱରକୁ ଏକ ନମ୍ବର ସହର ଭାବେ ଗଢି ତୋଳିବାର ଯେଉଁ ସ୍ବପ୍ନ ବିଏମ୍‌ସି ଦେଖାଉଛି ତାହା ବାସ୍ତବ ରୂପ ନେବା ଭଳି ମନେ ହେଉନାହିଁ। ଏନେଇ ବହୁବାର ବିଏମ୍‌ସିରେ ଅଭିଯୋଗ କଲୁଣି। ମେୟର, ବିଧାୟକ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ମାତ୍ର ଫଳ ଶୂନ। ସକାଳୁ ରାତି ପର୍ଯ୍ୟନ୍ତ ଆମେ ଦୁର୍ଗନ୍ଧମୟ ବାୟୁରେ ଚଳାଚଳ କରୁଛୁ।
– ଦିଲ୍ଲୀପ ଦାଶଶର୍ମା, ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦ, ସାଧାରଣ ସମ୍ପାଦକ
ଆଖପାଖ ପରିବେଶ ପୂରା ଦୂଷିତ ହୋଇ ଗଲାଣି। ଏଠାରେ ବସବାସ କରୁଥିବା ଲୋକେ ସ୍ବଚ୍ଛ ପବନ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ମାତ୍ର ବିଏମ୍‌ସି ଲୋକଦେଖାଣିଆ ଭାବେ ସ୍ବଚ୍ଛ ବାୟୁ ଦିବସ ପାଳନ କରୁଛି, ଯାହାକି ହାସ୍ୟାସ୍ପଦ ଲାଗୁଛି।
– ଚିନ୍ତାମଣି ବାରିକ, ସ୍ଥାନୀୟ ବାସିନ୍ଦା
ସୈନିକ ସ୍କୁଲ ପାଖରୁ ଏତେ ଦୁର୍ଗନ୍ଧ ଆସୁଛି ଯେ, ପେଟରେ ଖାଦ୍ୟ ରହୁନାହିଁ। ସବୁ ସମୟରେ ବାନ୍ତି ଲାଗୁଛି। ସର୍ବଦା ଘର କବାଟ ଝରକା ବନ୍ଦ କରି ରହିବାକୁ ପଡୁଛି। ଅଳିଆ ପକାଇବା ଆରମ୍ଭ ହେବାବେଳେ ଏହା ଅସ୍ଥାୟୀ ଭାବେ ପକାଯାଉଥିବା ବିଏମ୍‌ସି କହିଥିଲା, ମାତ୍ର ଏବେ ସବୁଦିନ ପଡୁଛି।
– ପ୍ରଭାତୀ ନନ୍ଦ, ଭିଏସ୍‌ଏସ୍‌ ନଗର, ଡିଏଲ୍‌ କଲୋନୀ
ବରିଷ୍ଠ ନାଗରିକଙ୍କ ପାଇଁ ସ୍ବଚ୍ଛ ବାତାବରଣ ଅତ୍ୟନ୍ତ ଜରୁରୀ, ମାତ୍ର ଆମେ ସେଥିରୁ ବଞ୍ଚତ୍ତ। ଦୁର୍ଗନ୍ଧ ପାଇଁ ଅନେକାଂଶ ସମୟରେ ଦେହ ଅସୁସ୍ଥ ରହୁଛି। ଘରେ ସ୍ପ୍ରେ ନ କରି ବସି ହେଉନାହିଁ। ଦୁର୍ଗନ୍ଧ ଯୋଗୁ ଘରକୁ ଅତିଥି ଆସିବାକୁ ପସନ୍ଦ କରୁନାହାନ୍ତି।
– ଭ୍ରମରବର ପ୍ରଧାନ, ବରିଷ୍ଠ ନାଗରିକ
ଓ୍ବିଣ୍ଡ୍ରୋସ୍‌ ମେଶିନ୍‌ ଲାଗିବା ପରେ ଆଗ ଅପେକ୍ଷା ଦୁର୍ଗନ୍ଧ କମିଛି। ଏହାଦ୍ୱାରା ବଡ଼ ଏବଂ ଛୋଟ ଆବର୍ଜନା ଅଲଗା କରିବା ପରେ ପ୍ରୋସେସିଙ୍ଗ୍‌ କରି ଖତ କରାଯାଉଛି। ଟିଟିଏସ୍‌ରେ ମେଗା ଏମ୍‌ସିସି କାମ ମଧ୍ୟ ଚାଲିଛି। ଖୁବ୍‌ଶୀଘ୍ର ସହରରେ ୪ଟି ବାୟୋ ମିଥେନ୍‌ ପ୍ଲାଣ୍ଟ ସ୍ଥାପନ ନେଇ କାର୍ଯ୍ୟ ଆରମ୍ଭ ହେବ। ଖୁବ୍‌ଶୀଘ୍ର ସମ୍ପୃକ୍ତ ଅଞ୍ଚଳବାସୀଙ୍କ ସମସ୍ୟା ଦୂର ହେବ।
– ମନୋରଞ୍ଜନ ସାହୁ, ବିଏମ୍‌ସି ଡେପୁଟି କମିଶନର (ପରିମଳ)


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri