Categories: ଜାତୀୟ

ନବନୀତଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି

ମୁମ୍ବାଇ,୭।୧୧: ନକଲି ଜାତି ପ୍ରମାଣପତ୍ର ମାମଲାରେ ମୁମ୍ବାଇର ଏକ କୋର୍ଟ ଲୋକ ସଭା ଏମ୍‌ପି ନବନୀତ୍‌ ରାଣା ଏବଂ ତାଙ୍କ ପିତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ଏହାପୂର୍ବରୁ ସେପ୍ଟେମ୍ବର ମାସରେ କୋର୍ଟ ରାଣା ଏବଂ ତାଙ୍କ ପିତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ, ଯାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନାହିଁ।
ସୋମବାର ଅମରାବତୀ ଏମ୍‌ପି ଏବଂ ତାଙ୍କ ପିତାଙ୍କ ବିରୋଧରେ ଚାଲିଥିବା ମାମଲାରେ ଏହି ଶୁଣାଣି ହୋଇଥିଲା। ଏହି ସମୟରେ ୱାରେଣ୍ଟ ପାଇଁ ପୋଲିସ ଅଧିକ ସମୟ ମାଗିଥିଲା। ତେବେ କୋର୍ଟ ପୋଲିସର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ୱାରେଣ୍ଟ ଉପରେ ରିପୋର୍ଟ ଦାଖଲ ପାଇଁ କୋର୍ଟ ନଭେମ୍ବର ୨୮ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ମୁମ୍ବାଇର ମୁଲୁଣ୍ଡ ପୋଲିସ ଷ୍ଟେଶନରେ ଦାଖଲ ହୋଇଥିବା ଅଭିଯୋଗ ଅନୁଯାୟୀ, ନବନୀତ ଏବଂ ତାଙ୍କ ପିତା ଜାଲ ଜାତି ପ୍ରମାଣପତ୍ର ଦେଇଥିବାର ଅଭିଯୋଗ ହୋଇଛି।

Share