ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ଗ୍ରାମର ହୀନ ଦଳେଇଙ୍କୁ ଶୁକ୍ରବାର ପାଟପୁର ପୋଲିସ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୋର୍ଟକୁ ଚାଲାଣ କରିଛନ୍ତି। ଅଭିଯୁକ୍ତ ହୀନ ମାଜିଷ୍ଟ୍ରେଟଙ୍କ ଆଦେଶ ପ୍ରକାରେ କୋର୍ଟରେ ହାଜର ହୋଇନଥିବା କାରଣରୁ ମାମଲା ନଂ.ଜି.ଆର ୬୫/୨୪ ଅନୁଯାୟୀ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। କୋର୍ଟଙ୍କ ଆଦେଶ ପ୍ରକାରେ ପାଟପୁର ଥାନା ଏସ.ଆଇ ସୋଲେମାନ ଭୁଁୟା ଅଭିଯୁକ୍ତ ହୀନଙ୍କୁ ୱାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।