ଅଣଧାନ ଫସଲ: ମିଳିବ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର, ୧୧ା୮(ବ୍ୟୁରୋ):ଜଳବାୟୁ ପରିବର୍ତ୍ତନ ସହ ରାଜ୍ୟରେ ଧାନର ଅଭାବୀ ବିକ୍ରି ସମସ୍ୟା ଦେଖାଯାଉଛି। ଚାଷୀମାନେ ଧାନ ଚାଷ ଉପରେ ଅତିମାତ୍ରାରେ ନିର୍ଭରଶୀଳ ହୋଇପଡୁଥିବାରୁ ଅଣଧାନ ଫସଲ ଚାଷ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଏହାଦ୍ୱାରା ରାଜ୍ୟକୁ ଡାଲି, ତୈଳବୀଜ, ଆଳୁ, ପନିପରିବା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଏହାକୁ ଦୃଷ୍ଟିରେ ରଖି ଏବଂ ଚାଷୀମାନଙ୍କର ଆୟ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଅଣଧାନ ଚାଷ ପ୍ରତି ପ୍ରୋତ୍ସାହନ ଦେବାକୁ ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟ କୃଷିନୀତି-୨୦୨୦ ‘ସମୃଦ୍ଧି’ରେ ଚାଷୀଙ୍କୁ ଅଣଧାନ ଚାଷ ମୁହଁା କରିବା ଲାଗି ବ୍ୟବସ୍ଥା କରାଯାଇଛି। ତଦନୁଯାୟୀ ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ଅଣଧାନ ଫସଲ ପାଇଁ ରାଜ୍ୟ ସରକାର ଏକ ୩ ବର୍ଷିଆ ପ୍ରୋତ୍ସାହନ ସ୍କିମ୍‌ ଆରମ୍ଭ କରିଛନ୍ତି। ଖରିଫ ଋତୁରେ ଯେପରି ଚାଷୀମାନେ ଉଚ୍ଚ ଓ ମଧ୍ୟମ ଜମିରେ ଧାନ ପରିବର୍ତ୍ତେ ଡାଲିଜାତୀୟ, ତୈଳବୀଜ, ତନ୍ତୁ ଜାତୀୟ ଫସଲ, ପନିପରିବା ଆଦି ଅଣଧାନ ଫସଲ ପ୍ରତି ଆକୃଷ୍ଟ ହେବେ ସେ ନେଇ ଏଥିରେ ବ୍ୟବସ୍ଥା କରାଯାଇଛି।
ଆସନ୍ତା ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ହେକ୍ଟର ଜମିରେ ଅଣଧାନ ଫସଲ ଚାଷ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ନିଜ ଯୋଜନାରୁ ୬୦୦ କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୪ ଜିଲା କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟରେ ଏହା ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରାଯିବ। ୪ ଜିଲାର ୭ ବ୍ଲକର ୨୭ ପଞ୍ଚାୟତର ୧୦୧ ଗ୍ରାମରେ ଚକ ଭିତ୍ତିରେ ଏହା କାର୍ଯ୍ୟକାରୀ ହେବ। ୧୮ ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ୧୨,୨୦୭ ହେକ୍ଟର ଜମିରେ ଅଣଧାନ ଫସଲ ଚାଷ କରାଯିବ। ସେଥିରୁ ୩୩୪୩ ହେକ୍ଟର ଜମିରେ ଡାଲିଜାତୀୟ, ୩୭୪୫ ହେକ୍ଟର ଜମିରେ କପା, ୯୨୮ ହେକ୍ଟର ଜମିରେ ତୈଳବୀଜ, ୨୪୫୧ ହେକ୍ଟର ଜମିରେ ମକା, ୧୩୨୨ ହେକ୍ଟର ଜମିରେ ମାଣ୍ଡିଆ ଏବଂ ୪୧୮ ହେକ୍ଟର ଜମିରେ ପନିପରିବା ଚାଷ କରିବା ଲାଗି ଯୋଜନା କରାଯାଇଛି। ଏଥିପାଇଁ ୧୬.୭୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ୩ ବର୍ଷ ମଧ୍ୟରେ ଉକ୍ତ ୪ ଜିଲାରେ ୧୬,୮୯୮.୩୮ ହେକ୍ଟର ଜମିରେ ଅଣଧାନ ଫସଲ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଏହି ଯୋଜନାରେ ଫସଲର ବିବିିଧକରଣ କରି ଅଣଧାନ ଚାଷ କରିଥିବା ସମସ୍ତ ଚାଷୀଙ୍କୁ ୩ ବର୍ଷ ପାଇଁ ଡାଇରେକ୍ଟ ଟ୍ରାନ୍ସଫର ବେନିଫିଟ (ଡିବିଟି) ମାଧ୍ୟମରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏଥିରେ ୧୬ ହଜାର ଚାଷୀ ଉପକୃତ ହେବେ। ତୈଳବୀଜ ପାଇଁ ପ୍ରତି ହେକ୍ଟରକୁ ପ୍ରଥମ ବର୍ଷ ୧୦ ହଜାର ଟଙ୍କା, ଦ୍ୱିତୀୟ ବର୍ଷ ୭ ହଜାର ଓ ତୃତୀୟ ବର୍ଷ ୫ ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ରାଶି ପାଇଁ ୩୫୦୦, ୨୫୦୦ ଏବଂ ୧୮୦୦, ବାଦାମ ପାଇଁ ୧୧୦୦, ୭୭୦୦ ଓ ୫୫୦୦, କପା, ହରଡ଼ ପାଇଁ ୯୦୦୦,୬୩୦୦, ୪୫୦୦, ମକା ପାଇଁ ୬୫୦୦, ୪୫୦୦ ଓ ୩୩୦୦ ଏବଂ ପନିପରିବା ପାଇଁ ୨୨୦୦୦, ୧୫୦୦୦ ଏବଂ ୧୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ଆକାରରେ ପ୍ରଦାନ କରାଯିବ।
ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ଚାଷୀମାନଙ୍କୁ କୃଷି ଉପାଦାନ ଯଥା ଅଣୁସାର, ଜୀବାଣୁସାର, କୀଟନାଶକ ଆଦି କ୍ରୟ ପାଇଁ ଦିଆଯାଉଥିବା ରିହାତି ମୂଲ୍ୟକୁ ଡିବିଟି ମାଧ୍ୟମରେ ଚାଷୀମାନଙ୍କର ବ୍ୟାଙ୍କ ଖାତାରେ ସିଧା ଜମା କରାଯିବ। ଚାଷୀମାନେ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କଠାରୁ କୃଷି ଉପାଦାନ କ୍ରୟ କରିବେ। ଚାଷୀମାନେ ଅଣଧାନ ଚାଷ ପ୍ରତି ଆକୃଷ୍ଟ ହେବା ସହ ତୈଳବୀଜ, ଡାଲି ଜାତୀୟ, ପନିପରିବା ଚାଷରେ ରାଜ୍ୟ ସ୍ବାବଲମ୍ବୀ ହେବା ଲକ୍ଷ୍ୟ ନେଇ ଏହି ଯୋଜନା ଆରମ୍ଭ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ରାଜ୍ୟରେ ପ୍ରତ୍ୟେକ ବର୍ଷ ଧାନ ଉତ୍ପାଦନ ବୃଦ୍ଧି ପାଉଛି। ୨୦୨୦-୨୧ ଖରିଫ ଋତୁରେ ୫୪ ଲକ୍ଷ ମେଟ୍ରିକ ଟନ ଓ ରବି ଋତୁରେ ୧୭ ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ କରାଯାଇଛି। ଏହା ରାଜ୍ୟର ଆବଶ୍ୟକତା ମେଣ୍ଟାଇବା ସହ ପ୍ରାୟ ୨୦ ଲକ୍ଷ ମେଟ୍ରିକ ଟନ ବଳକା ହେଉଛି। ସେହି ଧାନ ନେବାକୁ ଭାରତୀୟ ଖାଦ୍ୟ ନିଗମ ମଧ୍ୟ ରାଜି ହେଉନାହିଁ। ଏସବୁକୁ ଦୃଷ୍ଟିରେ ରଖି ଅଣ ଧାନ ଚାଷକୁ ସରକାର ଗୁରୁତ୍ୱ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri