Categories: ଜାତୀୟ

ଜୁନ୍‌ ୨୭ରେ ଯଶଓ୍ବନ୍ତ ଦାଖଲ କରିବେ ନାମାଙ୍କନ…

ନୂଆଦିଲ୍ଲୀ, ୨୪।୬ : ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳଙ୍କ ପ୍ରାର୍ଥୀ ୟଶୱନ୍ତ ସିହ୍ନା ଜୁନ ୨୭ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ନାମାଙ୍କନପତ୍ର ଦାଖଲ କରିବେ। ଜୁଲାଇ ୧୮ ରେ ହେବାକୁଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳ ମଙ୍ଗଳବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ୟଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପଦ ପାଇଁ ସର୍ବସମ୍ମତ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ।

ସଂସଦ ଆନେକ୍ସରେ ବିରୋଧୀ ଦଳର ମିଳିତ ବୈଠକ ପରେ କଂଗ୍ରେସ ନେତା ଜୟରାମ ରମେଶ ଗଣମାଧ୍ୟମକୁ କହିଥିଲେ ଯେ ଆମେ ସର୍ବସମ୍ମତି କ୍ରମେ ୟଶୱନ୍ତ ସିହ୍ନାଙ୍କୁ ଆମର ପ୍ରାର୍ଥୀ ଭାବେ ଘୋଷଣା କରିଛୁ। ୟଶୱନ୍ତ ଶୁକ୍ରବାରଠାରୁ ଦୁଇ ଦିନିଆ ବିହାର ଏବଂ ଝାଡ଼ଖଣ୍ଡ ଗସ୍ତରେ ଅଛନ୍ତି।

Share