Categories: ଜାତୀୟ

ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ପଦ୍ମ ପୁରସ୍କାର ନୋମିନେଶନ

ନୂଆଦିଲ୍ଲୀ, ୬ା୫: ପଦ୍ମ ପୁରସ୍କାର ୨୦୨୩ ନିମନ୍ତେ ଆସନ୍ତା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଅନ୍‌ଲାଇନରେ ନୋମିନେଶନ ବା ନାଁ ସୁପାରିସ୍‌ କରାଯାଇପାରିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଘୋଷଣା ହେବାକୁ ଥିବା ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପାଇଁ ମେ ୧ରୁ ନୋମିନେଶନ ପ୍ରକ୍ରିୟା ଆରମ୍ଭ ହୋଇଛି। କଳା, ସାହିତ୍ୟ, ଶିକ୍ଷା, ଖେଳ, ଇଞ୍ଜିନିୟରିଂ, ପବ୍ଲିକ୍‌ ଆଫାୟର୍ସ, ସିଭିଲ ସର୍ଭିସ, ବାଣିଜ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ।

Share