ଭଞ୍ଜନଗର,୫ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍ ଆସୋସିଏଶନ ନିର୍ବାଚନ ମାର୍ଚ୍ଚ ୨୮ରେ ହେବ। ଏଥିପାଇଁ ଆସନ୍ତା ୭ରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ସମୟ ଧାର୍ଯ୍ୟ ହୋଇଛି। ୧୧ ତାରିଖରେ ଯାଞ୍ଚ ହେବ। ଯୋଗ୍ୟ ପ୍ରାର୍ଥୀ ତାଲିକା ୧୨ ତାରିଖରେ ପ୍ରକାଶିତ ହେବ। ୧୩ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସ ଅଛି। ଚୂଡ଼ାନ୍ତ ତାଲିକା ୧୪ ତାରିଖରେ ପ୍ରକାଶିତ ହେବ।
ଚଳିତ ବର୍ଷ ବାର୍ ଆସୋସିଏଶନ ନିର୍ବାଚନରେ ମହିଳା ଆଇନଜୀବୀଙ୍କ ପାଇଁ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରଖାଯାଇଛି। ଯୁଗ୍ମ ସଂପାଦକ ଏବଂ କାର୍ଯ୍ୟକାରୀ କମିଟିର ଦୁଇଜଣ ସଭ୍ୟାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ହୋଇଛି। ୨୮ ତାରିଖ ସକାଳ ୭:୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହେବ। ଏହାପରେ ୪ଟା ପରେ ଗଣତି ହୋଇ ଫଳାଫଳ ଘୋଷଣା ହେବ। ବରିଷ୍ଠ ଆଇନଜୀବୀ ଲଡୁ କିଶୋର ଆଳତିଆ, ତ୍ରିନାଥ ମଲ୍ଲିକ, ଅଭାଗିନୀ ବିଷୋୟୀ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱରେ ଅଛନ୍ତି।

