ଆଜି ନାମାଙ୍କନ ଶେଷ

ଭୁବନେଶ୍ୱର,୨୧ା୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କାର୍ଯ୍ୟ ଜୋରସୋରରେ ଚାଲିଛି। ଗତ ୪ ଦିନ ହେବ ଓ୍ବାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଏବଂ ଜିଲା ପରିଷଦ ସଦସ୍ୟଙ୍କ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ ହେଉଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଚତୁର୍ଥ ଦିବସରେ ୪୦,୭୩୨ ଓ୍ବାର୍ଡମେମ୍ବର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପାଇଁ ୮୮୪୨, ପଞ୍ଚାୟତ ସମିତି ସଦସ୍ୟ ପାଇଁ ୭୮୩୨ ଏବଂ ଜିଲା ପରିଷଦ ସଦସ୍ୟ ପାଇଁ ୧୧୮୨ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ତେବେ ସମସ୍ତ ପଦବୀ ପାଇଁ ମୋଟ ୫୮ ହଜାର ୫୮୮ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜାନୁୟାରୀ ୧୭ ତାରିଖରୁ ଆରମ୍ଭ ହୋଇଥିବା ପ୍ରାର୍ଥତ୍ପତ୍ର ଦାଖଲ ୨୧ ତାରିଖରେ ଶେଷ ହେବ। ଶେଷ ଦିବସ ଥିବାରୁ ଅଧିକ ସଂଖ୍ୟାରେ ପ୍ରାର୍ଥତ୍ପତ୍ର ଦାଖଲ ହେବ ବୋଲି ଅନୁମାନ କରାଯାଉଛି। ଚଳିତଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୋଟ ୯୧,୯୧୩ ୱାର୍ଡମେମ୍ବର, ୬,୭୯୪ ସରପଞ୍ଚ, ୬,୭୯୩ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ଜଣ ଜିଲା ପରିଷଦ ସଭ୍ୟ ପଦ ପାଇଁ ଭୋଟଗ୍ରହଣ ହେବ। ରାଜ୍ୟର ମୋଟ ୨କୋଟି ୭୯ଲକ୍ଷ ୩୫ହଜାର ୫୨୦ ଭୋଟର ନିଜର ମତଦାନ କରିବେ। ତେବେ ଜଗତ୍‌ସିଂହପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ସରପଞ୍ଚ ଏବଂ ୱାର୍ଡମେମ୍ବର ପାଇଁ ନିର୍ବାଚନ ହେବ ନାହିଁ।