ଆଜି ନାମାଙ୍କନ ପତ୍ର ଦାଖଲ ଶେଷ

ଭୁବନେଶ୍ୱର,୭ା୩(ବ୍ୟୁରୋ): ଆସନ୍ତା ୨୪ ତାରିଖରେ ରାଜ୍ୟରେ ୧୦୬ ମ୍ୟୁନିସିପାଲିଟି, ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଏବଂ ୩ ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ। ସୋମବାର ଅପରାହ୍ନ ୫ଟା ସୁଦ୍ଧା ନାମାଙ୍କନ ପତ୍ର ଦାଖଲ ଶେଷ ହେବ। ଏ ନେଇ ରବିବାର ବିଭିନ୍ନ ପୌର ପରିଷଦରେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରାର୍ଥତ୍ପତ୍ର ଦାଖଲ ନେଇ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଆସନ୍ତା ୯ ତାରିଖରେ ପ୍ରାର୍ଥତ୍ପତ୍ର ଯାଞ୍ଚ କରାଯିବ। ୧୦ ତାରିଖରେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ବୈଧ ପ୍ରାର୍ଥୀଙ୍କ ନାମ ପ୍ରକାଶ କରାଯିବ। ୧୪ ତାରିଖ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରାଯାଇ ପାରିବ। ସେହି ଦିନ ଅପରାହ୍ନ ୫ଟା ସୁଦ୍ଧା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ମାର୍ଚ୍ଚ ୨୪ରେ ଭୋଟଗ୍ରହଣ କରାଯିବ। ୨୬ ତାରିଖରେ ଭୋଟ ଗଣତି ହେବ। ୨୯ ତାରିଖରେ ନିର୍ବାଚିତ ହୋଇଥିବା ମେୟର, ପୌରାଧ୍ୟକ୍ଷ ଏବଂ କର୍ପୋରେଟରମାନଙ୍କର ନାମ ରାଜ୍ୟ ନିର୍ବାଚନ କମିଶନଙ୍କ ଗେଜେଟ୍‌ରେ ପ୍ରକାଶ କରାଯିବ। ମାର୍ଚ୍ଚ ୩୧ରେ ଡେପୁଟି ମେୟର ନିର୍ବାଚନ ସକାଶେ ନିର୍ବାଚିତ ମେୟର ଓ କର୍ପୋରେଟରମାନଙ୍କର ଏକ ସ୍ବତନ୍ତ୍ର ବୈଠକ ଡକାଯିବ। ଏପ୍ରିଲ ୮ ତାରିଖରେ ଡେପୁଟି ମେୟର ନିର୍ବାଚନ ଅନୁଷ୍ଠିତ ହେବ।