ବିଦେଶ ଫେରନ୍ତା ସଫ୍ଟୱେର ଇଞ୍ଜିନିୟର ଦାଖଲ କଲେ ନାମାଙ୍କନପତ୍ର

ନବରଙ୍ଗପୁର,୨୧।୧(ବି.ପ୍ର.): ବିଦେଶ ଫେରନ୍ତା ସଫ୍ଟୱେର ଇଞ୍ଜିନିୟର ଜିଲା ପରିଷଦ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ହେଲେ ଦିଗିସଲପା ଗ୍ରାମର ରତିକାନ୍ତ ପଣ୍ଡା।

ରତିକାନ୍ତ ସଫ୍ଟୱେର ଇଞ୍ଜିନିୟର ଭାବେ କାନାଡ଼ାର ବିଭିନ୍ନ ନାମୀ କମ୍ପାନୀରେ ଚାକିରୀ କରୁଥିଲେ। ବର୍ତ୍ତମାନ ସେ ଗାଁକୁ ଫେରି ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଜିଲା ପରିଷଦ ଯୋନ-୨ରେ ବିଜେଡିର ଜିଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ରତିକାନ୍ତ କମ୍ପ୍ୟୁଟର ଇଞ୍ଜିନିୟରିଂ ପରେ ଚାକିରି ପାଇଁ ବିଦେଶ ଚାଳିଯାଇଥିଲେ। ସେଠାରେ ସେ ବିଭିନ୍ନ କ୍ଷେତ୍ରରେ ପ୍ରୟୋଗ ହେଉଥିବା ଉନ୍ନତ ଜ୍ଞାନ କୌଶଳ ତାଙ୍କୁ ବେଶ ପ୍ରଭାବିତ କରିଥିଲା। ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରି ଗାଁର କିପରି ବିକାଶ କରିପାରିବେ ଏ ନେଇ ସେ ସ୍ବପ୍ନ ଦେଖିଥିଲେ। ବର୍ତ୍ତମାନ ରାଜନୀତିରେ ଯୋଗଦେଇ ଏହାକୁ ସଫଳ କରିବାର ଲକ୍ଷ୍ୟ ରଖିଥିବା ରତିକାନ୍ତ ପ୍ରକାଶ କରିଛନ୍ତି । ମୁଖ୍ୟ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ରାଜନୀତିରେ ଯୋଗଦେଇ ବିଜେଡିର ଜିଲା ପରିଷଦ ପ୍ରାର୍ଥୀ ଭାବେ ରଣାଙ୍ଗନକୁ ଓହ୍ଲାଇ ଥିବା ସେ କହିଛନ୍ତି।