Categories: ବାଣିଜ୍ୟ

ନୋକିଆ ୮୨୧୦ ୪ଜି ଉନ୍ମୋଚିତ

ନୂଆଦିଲ୍ଲୀ ,୭।୮: ଏଚ୍‌ଏମ୍‌ଡି ଗ୍ଲୋବାଲ ପକ୍ଷରୁ ଭାରତରେ ନୂଆ ନୋକିଆ ୮୨୧୦ ୪ଜିକୁ ଉନ୍ମୋଚନ କରାଯାଇଛି। ଏହା ହେଉଛି ସ୍ମରଣୀୟ ଡିଜାଇନ୍‌, ଦୀର୍ଘସ୍ଥାୟିତ୍ୱ ଓ ଲମ୍ବା ବ୍ୟାଟେରି ଜୀବନର ମିଶ୍ରଣ ଓ ଏଥିରେ ବଡ଼ ଡିସ୍‌ପ୍ଲେ, ଏକ ଏମ୍‌ପି ୩ ପ୍ଲେୟାର କ୍ୟାମେରା, ଭଲ ୟୁଜର୍‌ ଇଣ୍ଟରଫେସ୍‌ ଆଦି ରହିଛି। ଏଥି ସହିତ ନୋକିଆ ୧୧୦ (୨୦୨୨)କୁ ମଧ୍ୟ ଉନ୍ମୋଚନ କରାଯାଇଛି। ଯେଉଁଥିରେ ସ୍ବୟଂକ୍ରିୟ କଲ୍‌ ରେକର୍ଡିଂ ଓ ବିଲ୍‌ଟ ଇନ୍‌ ପଛ କ୍ୟାମେରା ଭଳି ସୁବିଧା ରହିଛି ଓ ଏହାକୁ ବିଶ୍ୱାସର ନୋକିଆ ଭଳି ପ୍ରସ୍ତୁତ କରାଯାଇଛି। ଉଭୟ ନୋକିଆ ୮୨୧୦ ୪ଜି ଓ ନୋକିଆ ୧୧୦(୨୦୨୨)ରେ ନୂଆ ସ୍ଲିକ୍‌ ଡିଜାଇନ ଓ ଲମ୍ବା ବ୍ୟାଟେରି ଜୀବନ ରହିଛି। ଉଭୟ ଫୋନ୍‌ ଉପରେ ଏକ ବର୍ଷର ରିପ୍ଲେସ୍‌ମେଣ୍ଟ ଗ୍ୟାରେଣ୍ଟ ପ୍ରଦାନ କରାଯାଉଛି। ଏହି ନୂଆ ଆକର୍ଷଣୀୟ ଯୋଗଦାନ ସହିତ ନୋକିଆ ମୋବାଇଲ୍‌ ଏହାର ଫିଚର୍‌ ଫୋନ୍‌ ପୋର୍ଟଫୋଲିଓକୁ ଆହୁରି ଦୃଢ଼ କରିପାରିଛି।

Share