ପାର୍ବଣରେ ବଢୁଛି ଶବ୍ଦ, ଜଳ ପ୍ରଦୂଷଣ

କେନ୍ଦ୍ରାପଡ଼ା, ୧।୧୦ (ଜଗନ୍ନାଥ ଧଳ)ଗଣେଶ ପୂଜା ଠାରୁ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଏହି ପୂଜା ପାର୍ବଣରେ ଉଚ୍ଚ ସ୍ବରରେ ମାଇକ ବାଜିବା ଶବ୍ଦ ପ୍ରଦୂଷିତ କରୁଥିବା ବେଳେ ମୂର୍ତ୍ତି ନିର୍ମାଣରେ ବ୍ୟବହୃତ ରାସାୟନିକ ରଙ୍ଗ, ପ୍ଲାଷ୍ଟିକ ବ୍ୟବହାର, ଭସାଣି ଶୋଭାଯାତ୍ରାରେ ଆତସବାଜି ଆଦି ପରିବେଶ ଓ ଜନଜୀବନକୁ ପ୍ରଭାବିତ କରୁଛି। ନିକଟରେ ଗଣେଶ ଭସାଣି ସମୟରେ ଗରଦପୁର ବ୍ଲକ ପାଟକୁରା ଥାନା ଅଞ୍ଚଳର ୧୫ ଜଣ ବ୍ୟକ୍ତି ଡିଜେର ଉଚ୍ଚ ଶବ୍ଦ ପାଇଁ ଅସୁସ୍ଥ ହୋଇଛନ୍ତି। ୨ ଜଣ ଗୁରୁତର କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ଥାନାରେ ମାମଲା ରୁଜୁ ହୋଇଛି।

ପରିବେଶ ଅନୁକୂଳ ମୂର୍ତ୍ତି ଗଠନ ପାଇଁ କେନ୍ଦ୍ରାପଡ଼ା ଜିଲା ଜନ ସୁରକ୍ଷା ମଞ୍ଚ ସଭାପତି ଗଣେଶ ଚନ୍ଦ୍ର ସାମଲ ଗତ ଶୁକ୍ରବାର ଉପଜିଲାପାଳଙ୍କ ସ୍ମାରକପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ମଞ୍ଚ ସଭାପତି ସାମଲ ଏଥିରେ ଦର୍ଶାଇଛନ୍ତି, ଏବେ ପାର୍ବଣ ଋତୁ ଚାଲିଛି। ବିଭିନ୍ନ ପୂଜା ପାର୍ବଣ ପାଇଁ ମୂର୍ତ୍ତି ଗଠନ ହେଉଛି। ତେବେ ଏହି ମୂର୍ତ୍ତି ଗଠନ ସମୟରେ ପ୍ଲାଷ୍ଟର ଅଫ୍‌ ପ୍ୟାରିସ ଓ କେତେକ ରାସାୟନିକ ରଙ୍ଗ ବ୍ୟବହାର ହେଉଛି। ଏହାଦ୍ୱାରା ମୂର୍ତ୍ତି ବିସର୍ଜନ ପରେ ଜଳ ପ୍ରଦୂଷିତ ହେଉଛି। ଯାହା ଜଳଚର ଜୀବଙ୍କ ପାଇଁ ହାନିକାରକ। ପରିବେଶବିତ୍‌ ଲକ୍ଷ୍ମୀଧର ସ୍ବାଇଁ କୁହନ୍ତି, ମୂର୍ତ୍ତି କାରିଗରମାନେ ପ୍ଲାଷ୍ଟର ଅଫ୍‌ ପ୍ୟାରିସ, କାଡମିୟମ, ଲିଡ୍‌, କପର, ଜିଙ୍କ, ପାରଦ, କ୍ରୋମିୟମ ଆଦି ରାସାୟନିକ ଦ୍ରବ୍ୟକୁ ବ୍ୟବହାର କରୁଛନ୍ତି। ଏହି ପଦାର୍ଥ ଜଳରେ ମିଳାଇ ନ ଯାଇ ଅଧିକ ସମୟ ରହିଥାଏ। ଫଳରେ ଏହି ରାସାୟନିକ ଦ୍ରବ୍ୟର ସଂସ୍ପର୍ଶରେ ଆସି ଜଳଚର ଜୀବ ମୃତ୍ୟୁମୁଖରେ ପଡିଥାନ୍ତି। ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କୁହନ୍ତି, ସାମ୍ପ୍ରତିକ ସମୟରେ ପର୍ବପର୍ବାଣୀ ପାଳନରେ ପ୍ରତିଦ୍ୱନ୍ଦିତା ବଢ଼ୁଛି।ପୂଜା ସମୟରେ ଆଲୋକ ସାଜସଜ୍ଜା, ଟ୍ରାଫିକ ସମସ୍ୟା, ଭସାଣି ସମୟରେ ଡିଜେର କୁପ୍ରଭାବ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଭସାଣୀ ସମୟରେ ଡିଜେ ବାଦ୍ୟ ହୃଦ୍‌ରୋଗୀଙ୍କ ପାଇଁ ଆତଙ୍କ ସୃଷ୍ଟି କରିଛି। ସେହିପରି ପୂଜା ସରିବା ପରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରତି ଧ୍ୟାନ ଦିଆଯାଉନାହିଁ। ପଣ୍ଡିତ ହୃଷିକେଶ ରଥ କୁହନ୍ତି, ପୁରାଣ ଓ ବ୍ରତରେ ମୂର୍ତ୍ତି ନିର୍ମାଣ ପାଇଁ ବିଧି ବ୍ୟବସ୍ଥା ଅଛି। ଏହି ମୂର୍ତ୍ତି ସାଧାରଣରେ ସୁନା, ରୁପା, ପିତଳ, ପଥର ଆଦି ସହ ମାଟିରେ ନିର୍ମାଣ ହୁଏ। ମାଟି ମୂର୍ତ୍ତିକୁ ବିସର୍ଜନ କରାଯାଏ। ମୂର୍ତ୍ତିକୁ ଆକର୍ଷଣୀୟ କରିବା ପାଇଁ ପୂର୍ବରୁ ପ୍ରାକୃତିକ ସରଞ୍ଜାମ ବ୍ୟବହାର କରାଯାଉଥିଲା। ଯାହା ଜୀବଜଗତ ପାଇଁ କୌଣସି କ୍ଷତି ନ ଥିଲା। ଡିଜେ ମାଲିକ ସ୍ବପ୍ନାଂଶୁ କୁମାର ସାହୁ କହିଛନ୍ତି, ଉଚ୍ଚ ଶବ୍ଦ ପରିବେଶକୁ ଅଶାନ୍ତ କରୁଛି। ତେବେ ଏହି ବାଦ୍ୟ ଯନ୍ତ୍ର ପ୍ରତି ଯୁବସମାଜ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି। ଗୋଟିଏ ଡିଜେ ଯନ୍ତ୍ର ଶତାଧିକ ଲୋକଙ୍କ ପରିବାର ଚଳାଉଛି। ଏଥିରେ ସାଧାରଣ କଳାକାର, ଶ୍ରମିକ, ବାଦ୍ୟ ଯନ୍ତ୍ର ଉତ୍ପାଦନକାରୀଙ୍କ ପେଟ ପୁରୁଥିବା ସେ ମତ ଦେଇଛନ୍ତି। ମୂର୍ତ୍ତି ଗଠନ ସମ୍ପର୍କରେ କାରିଗର କୈଳାସ ମହାରଣା କୁହନ୍ତି, ସ୍ବଳ୍ପ ସମୟ, ଅଳ୍ପ ଧନ ବ୍ୟୟରେ ସୁନ୍ଦର ମୂର୍ତ୍ତି ନେବା ପାଇଁ ଶ୍ରଦ୍ଧାଳୁ ସର୍ବଦା ଚାହିଁଥାନ୍ତି। ଏକ୍ଷେତ୍ରରେ ପ୍ଲାଷ୍ଟର ଅଫ୍‌ ପ୍ୟାରିସ ଓ ବଜାରରୁ ମିଳୁଥିବା ରଙ୍ଗକୁ ବ୍ୟବହାର କରିବାକୁ ପଡେ। ତେବେ ବଡ ମୂର୍ତ୍ତି ନିର୍ମାଣ କ୍ଷେତ୍ରରେ ମାଟି ଓ ନଡ଼ାକୁ ପ୍ରାଧାନ୍ୟ ଦେଇଛୁ। ସାମାଜିକ କର୍ମୀ ବାନାମ୍ବର ସାହୁ କୁହନ୍ତି, ମୂର୍ତ୍ତିର ଆକର୍ଷଣୀୟ ରୂପ ପାଇଁ ଜୈବିକ ରଙ୍ଗର ବ୍ୟବହାର କରିବା ଦରକାର ସେହିପରି ପରିବେଶ ଅନୁକୂଳ ଓ ଜଳଚରିଜୀବଙ୍କ ଖାଦ୍ୟକୁ ବ୍ୟବହାର କରି ମୂର୍ତ୍ତି ଗଠନ ହୋଇପାରିବ। ଛୋଟ ମୂର୍ତ୍ତି ଗଠନ ସମୟରେ ପ୍ଲାଷ୍ଟର ଅଫ୍‌ ପ୍ୟାରିସ ବଦଳରେ ମଇଦା, ଅଟା, ମକା, ବାଜରା ଓ ଅନାନ୍ୟ ଖାଦ୍ୟ ପଦାର୍ଥକୁ ନେଇ ମୂର୍ତ୍ତି ଗଠନ କରିପାରିବା। ସେହିପରି ହଳଦୀ, ଚନ୍ଦନ, କାଜଲ, ଗେରୁ ରଙ୍ଗ, ଫୁଲ ପତ୍ର ମାଧ୍ୟମରେ ମୂର୍ତ୍ତିର ସୌନ୍ଦର୍ଯ୍ୟ ଅଣା ଯାଇପାରିବ। ଫଳରେ ମୂର୍ତ୍ତି ବିସର୍ଜନ ପରେ ଜଳଚର ଜୀବ ଏହାକୁ ଖାଦ୍ୟ ଭାବେ ଗ୍ରହଣ କରିପାରିବେ।ଏସମ୍ପର୍କରେ ଜନ ସଚେତନତା ସୃଷ୍ଟି ନ ହେଲେ ଜଳ ପ୍ରଦୂଷଣ ବଢ଼ିବ, ଯାହା ଆଗାମୀ ଦିନରେ ମନୁଷ୍ୟ ଓ ଜୀବଜନ୍ତୁଙ୍କ ବଞ୍ଚତ୍ବା ଅସମ୍ଭବ ହୋଇ ପଡିବ ବୋଲି ସାମାଜିକ କର୍ମୀ ସାହୁ ଚେତାଇଛନ୍ତି।
ଏଡିଏମ୍‌ ପିତାମ୍ବର ରାଉତ କହିଛନ୍ତି, ଡିଜେ ବାଦ୍ୟ ବନ୍ଦ ପାଇଁ ପଦକ୍ଷେପ ନିଆଯାଇଛି। ମୂର୍ତ୍ତି ନିର୍ମାଣ କ୍ଷେତ୍ରରେ ପରିବେଶ ପ୍ରତି ଧ୍ୟାନ ଦିଆଯିବ।ମୂର୍ତ୍ତି ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ ହେଉଥିବା ଏଡିଏମ୍‌ ସାମଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri