Posted inଜାତୀୟ

ପୁଅ ଅପେକ୍ଷାରେ ଥିଲେ ପରିବାର ଲୋକେ, ପୋଲିସ କଲା ଏମିତି କାମ

ନୂଆଦିଲ୍ଲୀ,୭।୯: ରାଜଧାନୀ ଦିଲ୍ଲୀ ନିକଟରେ ଥିବା ନୋଏଡାଠାରେ ପୋଲିସର ଚରମ ଅବହେଳା ଦେଖିବାକୁ ମିଳିଛି। ଜଣେ ୨୦ ବର୍ଷ ବୟସ୍କ ଯୁବକ ନିଖୋଜ ହୋଇଯାଇଥିଲେ, ପୋଲିସ ଏକ ସନ୍ଦିଗ୍ଧ ମୃତଦେହ ପାଇ ତଦନ୍ତ ନ କରି ଶବଦାହ କରିଦେଇଛି। ନୋଏଡା ପୋଲିସ ଷ୍ଟେସନ ୩୯ରେ, ୨୦ ବର୍ଷୀୟ ବିଶାଲ ଯାଦବ ଅଗଷ୍ଟ ୧୭ରେ ନିଖୋଜ ହୋଇଯାଇଥିଲେ। ତାଙ୍କ ପରିବାର ସଦସ୍ୟ ଅଗଷ୍ଟ ୧୯ରେ ଥାନାରେ ଏନେଇ ରିପୋର୍ଟ କରିଥିଲେ। ଘର ଲୋକେ ଆଶା କରିଥିଲେ ଯେ, ନୋଏଡା ପୋଲିସ ନିଖୋଜ ଥିବା ବିଶାଲକୁ ଖୋଜିବ। କିନ୍ତୁ ଅଗଷ୍ଟ ୧୮ରେ, ବିସରଖ ଅଞ୍ଚଳର ଏନଏଚ୍‌-୨୪ ରାଜପଥ ନିକଟରେ ଏକ ମୃତଦେହ ସନ୍ଦେହଜନକ ଅବସ୍ଥାରେ ପଡିଥିଲା। ପୋଲିସ ବିନା ଅନୁସନ୍ଧାନରେ ୭୨ ଘଣ୍ଟା ପରେ ମୃତଦେହ ବ୍ୟବଚ୍ଛେଦ କରି ଶବଦାହ କରିଥିଲା। ରବିବାର ଦିନ ନିଖୋଜ ସମ୍ପର୍କୀୟମାନେ ପୋଲିସ ଷ୍ଟେଶନରେ ପହଞ୍ଚିବାରୁ ପୋଲିସ ହ୍ବାଟ୍‌ସଆପ ଗ୍ରୁପରେ ଶବଦାହ କରାଯାଇଥିବା ମୃତଦେହର ଫଟୋ ଦେଖାଇବା ପରେ ତାହା ବିଶାଲ ଯାଦବ ବୋଲି ପରିବାର ଲୋକେ କହିଥିଲେ। ଏହା ଜାଣିବା ପରେ ପରିବାର ଲୋକଙ୍କ ଗୋଡ ତଳୁ ମାଟି ଖସିପଡିଥିଲା। ରବିବାର ଅପରାହ୍ନ ପ୍ରାୟ ୧ଟା ସମୟରେ ବିଶାଲଙ୍କ ପରିବାର ଲୋକେ ପୋଲିସ ଷ୍ଟେସନକୁ ଘେରି ରହିଥିଲେ। ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ସେକ୍ଟର ୪୫ ସଦରପୁରରେ ଜେସିବି ଚଳାଉଥିବା ପୁଅ ବିଶାଲ ଅଗଷ୍ଟ ୧୭ରୁ ନିଖୋଜ ହୋଇଯାଇଥିଲେ। ନୋଏଡା ପୋଲିସ ବିନା ଜଣାଇ ବିଶାଲଙ୍କ ଶେଷ ରୀତିନୀତି ଶେଷ କରିଥବବା ପରିବାର ଲୋକେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri