Categories: ଜାତୀୟ

ନଭେମ୍ବର ୮ ପର୍ଯ୍ୟନ୍ତ ଅନଲାଇନ କ୍ଳାସ

ନୋଏଡା,୪ ।୧୧: ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବେଳକୁ ବେଳ ବଢିବାରେ ଲାଗିଛି । ପ୍ରଦୂଷଣ ଯୋଗୁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଏହାର ପ୍ରଭାବ ବିଶେଷ ଭାବେ ଛୋଟଛୋଟ ପିଲାମାନଙ୍କ ଉପରେ ପଡୁଛି । ଏହାକୁ ଦୃଷ୍ଟିରେ ରଖି ଗୌତମବୁଦ୍ଧ ନଗରରେ ପ୍ରଥମରୁ ୮ମ ଶ୍ରେଣି ପର୍ଯ୍ୟନ୍ତ ପିଲାଙ୍କର ପାଠପଢା ଅନଲାଇନରେ କରାଯିବାକୁ ସ୍ଥିର କରାଯାଇଛି । ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଏହା ୮ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ଆହୁରି ମଧ୍ୟ କୁହାଯାଇଛି କି ୯ମ ରୁ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ବି ଅନଲାଇନ କ୍ଲାସ କରାଯାଇପାରେ ।
ଗୌତମ ବୁଦ୍ଧ ନଗର ଜିଲା ସ୍କୁଲ ନିରିକ୍ଷକ(ଡିଆଇଓଏସ) ଧର୍ମବୀର ସିଂଙ୍କ ଦ୍ୱାରା ଜାରି ନିର୍ଦ୍ଦେଶ ଅନୁଯାୟୀ, ସ୍କୁଲକୁ କୁହାଯାଇଛି କି ଯଦି ସମ୍ଭବ ତେବେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ବି ଅନଲାଇନ କ୍ଲାସ କରାଯାଉ । ତେବେ ସ୍କୁଲର ପ୍ରାଥନା ଓ ଖେଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଉ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Share