ଏଲଭିଶ ଯାଦବଙ୍କ ନାଁରେ ରୁଜୁ ହେଲା ମାମଲା: ରେଭ୍ ପାର୍ଟିରୁ ୫ ଜଣ ଗିରଫ, ସାପ ବିଷ ଏବଂ ବିଦେଶୀ ମହିଳା ଚାଲାଣ ଅଭିଯୋଗ

ନୂଆଦିଲ୍ଲୀ,୩/୧୧: ନିକଟରେ ବିଗ୍ ବସ୍ ଓଟିଟି ବିଜୟୀ ହୋଇଥିବା ୟୁଟ୍ୟୁବର ଏଲଭିଶ ଯାଦବଙ୍କ ନାଁରେ ଆସିଛି ବଡ଼ ଅଭିଯୋଗ। ନୋଏଡା ସେକ୍ଟର ୪୯ ରେ ଏଲବିଶଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଏକ ରେଭ୍ ପାର୍ଟିରୁ ଗିରଫ ହୋଇଥିବା ୫ ଜଣ ସାପୁଆ ଏଲବିଶ ଯାଦବଙ୍କୁ ସାପ ବିଷ ସପ୍ଲାଇ କରୁଥିବା କହିବା ପରେ ଏହି ମାମଲା ରୁଜୁ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ପାଖରୁ କିଛି ବିଷ ମଧ୍ୟ ଜବତ ହୋଇଛି।

ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନାକୁ ଆଧାର କରି ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି। କୁହାଯାଉଛି କି ମେନକା ଗାନ୍ଧୀ ଚଳାଉଥିବା ଏନଜିଓ ସଂସ୍ଥା ଏକ ଷ୍ଟିଙ୍ଗ ଅପରେସନ କରି ନୋଏଡା ପୋଲିସ ନିକଟରେ ଅଭିଯୋଗ କରିଥିଲା। ଯାହା ଆଧାରରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।

ଏଥି ସହିତ, ସାପ ବିଷ ଯୋଗାଇବା ତଥା ବିଦେଶୀ ଯୁବତୀ ମାନଙ୍କୁ ରେଭ୍ ପାର୍ଟିକୁ ଆଣିବା ଅଭିଯୋଗରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ, ସେମାନେ କହିଥିଲେ ଯେ ୟୁଟ୍ୟୁବର୍ ଏଲଭିଶ ଯାଦବ ଏହି ଗ୍ୟାଙ୍ଗ ସହ ଜଡିତ ଅଛନ୍ତି। ଏହି ଗ୍ୟାଙ୍ଗ ନିକଟରୁ ୯ ଟି ସାପ ଏବଂ ସାପ ବିଷ ମିଳିଥିଲା। ସେଥିମଧ୍ୟରୁ ୫ ଟି କୋବ୍ରା ଏବଂ ବାକିଗୁଡିକ ବିଭିନ୍ନ ପ୍ରଜାତିର। ପୋଲିସ କହିଛି ଯେ ଆମେ ଏ ବାବଦରେ ଏକ ମାମଲା ରୁଜୁ କରିଛୁ ଯେଉଁଥିରେ ଏଲଭିଶ ଯାଦବଙ୍କ ନାମ ସାମିଲ ଅଛି। ତେବେ ତାଙ୍କୁ ଏପର‌୍ୟ୍ୟନ୍ତ ଗିରଫ କରାଯାଇ ନାହିଁ। ସମସ୍ତ ସାପକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋମଟାଙ୍କୁରା ଘଟଣା; ନିଶାରେ ଯୁବତୀଙ୍କୁ ଗଣବଳାତ୍କାର କଲେ ୪ ଯୁବକ, ପ୍ରମାଣ ନଷ୍ଟ କରିବା ପାଇଁ ଫାଶୀ ଦେଇଦେଲେ

ହାଇଦ୍ରାବାଦ,୧୦।୪: ତେଲଙ୍ଗାନାର ୱାରାଙ୍ଗଲ ଜିଲାରେ ଜଣେ  ୨୧ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ମା’ ଆଖି ସାମ୍ନାରେ ବୋରୱେଲରେ ପଡ଼ିଗଲା ଶିଶୁ, ୭୦ ଫୁଟ ଗଭୀରରେ….

ଭୋପାଳ,୧୦।୪: ଉଜ୍ଜୈନଠୁ ପ୍ରାୟ ୭୫ କିଲୋମିଟର ଦୂରରେ ଥିବା ବଡ଼ନଗର ନିକଟବର୍ତ୍ତୀ ଝଲାରିଆ ଗାଁରେ ଅଘଟଣ । ତିନି ବର୍ଷର ନିର୍ଦ୍ଦୋଷ ଶିଶୁ ଏକ ବୋରୱେଲରେ ପଡ଼ିଯାଇଛି…

ତୈଳ ଦର ପୁଣି ବଢ଼ିଲା, ବଜାରରେ ଅନିଶ୍ଚିତତା

ନ୍ୟୁୟର୍କ/ମୁମ୍ବାଇ,୧୦।୪(ଏ.ପି./ପି.ଟି.): ଲେବାନନ୍‌ରେ ଇସ୍ରାଏଲ୍‌ର ଧ୍ୱଂସଲୀଳା ଦେଖି ଇରାନ୍‌ ପ୍ରତିକ୍ରିୟାଶୀଳ ହୋଇଉଠିଛି । ଫେବୃଆରୀ ୨୮ରେ ଆମେରିକା-ଇସ୍ରାଏଲ୍‌ର ଜଏଣ୍ଟ ଷ୍ଟ୍ରାଇକ୍‌ ପରେ ଯେଉଁ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଅଶୋଧିତ…

ମେଣ୍ଟ ଭାଙ୍ଗିଲେ ଓୱାଇସି, ବଡ଼ ଘୋଷଣା କରି କହିଲେ ପଶ୍ଚିମବଙ୍ଗ ନିର୍ବାଚନରେ ଏକାକୀ ଲଢିବ AIMIM

ନୂଆଦିଲ୍ଲୀ,୧୦।୪: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ, AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ହୁମାୟୁନ କବୀରଙ୍କ ଦଳ ସହିତ ତାଙ୍କର ମେଣ୍ଟକୁ ଭାଙ୍ଗିବାକୁ ଘୋଷଣା କରିଛନ୍ତି। ସେ…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri