Categories: ଜାତୀୟ

ବିରୋଧ ପରେ ବଦଳିଲା ସ୍ୱର!

ନୋଏଡା,୧୫ ।୮: ନୋଏଡାରେ ‘ଗାଳିବାଜ’ ଶ୍ରୀକାନ୍ତ ତ୍ୟାଗୀଙ୍କ ସହ ଜଡିତ ମାମଲା ଥମିବାର ନାଁ ନେଉନି । ସହରର ତ୍ୟାଗୀ ସମାଜ ଶ୍ରୀକାନ୍ତଙ୍କ ସପକ୍ଷରେ ଆସିଥିବା ବେଳେ ଏବେ ସେହି ଅଞ୍ଚଳର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ମହେଶ ଶର୍ମାଙ୍କ ସ୍ୱର ବି ବଦଳି ଯାଇଥିବା ଦେଖାଯାଇଛି । ସେ କହିଛନ୍ତି ଶ୍ରୀକାନ୍ତ ତ୍ୟାଗୀଙ୍କ ପରିବାର ସହ ତାଙ୍କର ସହାନୁଭୁତି ରହିଛି । ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ଭୁଲ ପ୍ରଚାର କରାଯାଉଛି । ଏହି ପୂରା ପ୍ରକ୍ରିୟା ମଧ୍ୟରେ ସେ ତ୍ୟାଗୀ ସମାଜ ବିରୋଧରେ ଗୋଟିଏ ଶବ୍ଦ ବି କହି ନାହାଁନ୍ତି ।
ସୂଚନାଯୋଗ୍ୟ, ମହିଳାଙ୍କୁ ଗାଳି ଗୁଲଜ କରିବା ଅଭିଯୋଗରେ ଗିରଫ ହୋଇଥିବା ଶ୍ରୀକାନ୍ତ ତ୍ୟାଗୀଙ୍କୁ ନୋଏଡାର ସମ୍ପୂର୍ଣ୍ଣ ତ୍ୟାଗୀ ସମାଜ ସମର୍ଥନ କରିଛନ୍ତି । ଏହାକୁ ନେଇ ଶନିବାର ଯେତେବେଳେ ତ୍ୟାଗୀ ସମାଜ ଗ୍ରାଣ୍ଡ ଓମେକ୍ସ ସୋସାଇଟି ସାମ୍ନାରେ ପ୍ରଦର୍ଶନ କରିବାକୁ ଡାକରା ଦେଇଥିଲା ସେତେବେଳେ ପୋଲିସଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ସତର୍କ ହୋଇଯାଇଥିଲେ । ସୋସାଇଟିରେ ପୋଲିସ ମୁତୟନ କରାଯାଇଥିଲା ।
ସୂଚନଯୋଗ୍ୟ, ଶନିବାର କେତେଜଣ ଯୁବକ ଶ୍ରୀକାନ୍ତଙ୍କ ଘରକୁ ଯାଇଥିବା ବେଳେ ପୋଲିସ ସେମାନଙ୍କୁ ପଚାରିବାରୁ ସେମାନେ ଶ୍ରୀକାନ୍ତଙ୍କ ପିଲାକୁ ଖାଇବାକୁ ଦେବାକୁ ଯାଇଥିବା କଥା କହିଥିଲେ । ତେବେ ଶ୍ରୀକାନ୍ତ ଭୁଲ କରିଥିଲେ ତାଙ୍କୁ ଦଣ୍ଡ ଦିଆଯାଉ । ତାଙ୍କ ଘରର ମହିଳାଙ୍କ ସହ ପୋଲିସ ଯେଉଁ ବ୍ୟବହାର କରିଛି ତାକୁ ତ୍ୟାଗୀ ସମାଜ ବିରୋଧ କରି ରାଜ ରାସ୍ତାକୁ ଓହ୍ଲାଇଛି । ଏପଟେ ଏହାକୁ ଦେଖି ମହେଶ ଶର୍ମା କହିଛନ୍ତି, ଶ୍ରୀକାନ୍ତଙ୍କ ପରିବାର ସହ ମୋର ସହାନୁଭୁତି ରହିଛି ।

Share