Posted inଜାତୀୟ

ବିରୋଧ ପରେ ବଦଳିଲା ସ୍ୱର!

ନୋଏଡା,୧୫ ।୮: ନୋଏଡାରେ ‘ଗାଳିବାଜ’ ଶ୍ରୀକାନ୍ତ ତ୍ୟାଗୀଙ୍କ ସହ ଜଡିତ ମାମଲା ଥମିବାର ନାଁ ନେଉନି । ସହରର ତ୍ୟାଗୀ ସମାଜ ଶ୍ରୀକାନ୍ତଙ୍କ ସପକ୍ଷରେ ଆସିଥିବା ବେଳେ ଏବେ ସେହି ଅଞ୍ଚଳର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ମହେଶ ଶର୍ମାଙ୍କ ସ୍ୱର ବି ବଦଳି ଯାଇଥିବା ଦେଖାଯାଇଛି । ସେ କହିଛନ୍ତି ଶ୍ରୀକାନ୍ତ ତ୍ୟାଗୀଙ୍କ ପରିବାର ସହ ତାଙ୍କର ସହାନୁଭୁତି ରହିଛି । ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ଭୁଲ ପ୍ରଚାର କରାଯାଉଛି । ଏହି ପୂରା ପ୍ରକ୍ରିୟା ମଧ୍ୟରେ ସେ ତ୍ୟାଗୀ ସମାଜ ବିରୋଧରେ ଗୋଟିଏ ଶବ୍ଦ ବି କହି ନାହାଁନ୍ତି ।
ସୂଚନାଯୋଗ୍ୟ, ମହିଳାଙ୍କୁ ଗାଳି ଗୁଲଜ କରିବା ଅଭିଯୋଗରେ ଗିରଫ ହୋଇଥିବା ଶ୍ରୀକାନ୍ତ ତ୍ୟାଗୀଙ୍କୁ ନୋଏଡାର ସମ୍ପୂର୍ଣ୍ଣ ତ୍ୟାଗୀ ସମାଜ ସମର୍ଥନ କରିଛନ୍ତି । ଏହାକୁ ନେଇ ଶନିବାର ଯେତେବେଳେ ତ୍ୟାଗୀ ସମାଜ ଗ୍ରାଣ୍ଡ ଓମେକ୍ସ ସୋସାଇଟି ସାମ୍ନାରେ ପ୍ରଦର୍ଶନ କରିବାକୁ ଡାକରା ଦେଇଥିଲା ସେତେବେଳେ ପୋଲିସଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ସତର୍କ ହୋଇଯାଇଥିଲେ । ସୋସାଇଟିରେ ପୋଲିସ ମୁତୟନ କରାଯାଇଥିଲା ।
ସୂଚନଯୋଗ୍ୟ, ଶନିବାର କେତେଜଣ ଯୁବକ ଶ୍ରୀକାନ୍ତଙ୍କ ଘରକୁ ଯାଇଥିବା ବେଳେ ପୋଲିସ ସେମାନଙ୍କୁ ପଚାରିବାରୁ ସେମାନେ ଶ୍ରୀକାନ୍ତଙ୍କ ପିଲାକୁ ଖାଇବାକୁ ଦେବାକୁ ଯାଇଥିବା କଥା କହିଥିଲେ । ତେବେ ଶ୍ରୀକାନ୍ତ ଭୁଲ କରିଥିଲେ ତାଙ୍କୁ ଦଣ୍ଡ ଦିଆଯାଉ । ତାଙ୍କ ଘରର ମହିଳାଙ୍କ ସହ ପୋଲିସ ଯେଉଁ ବ୍ୟବହାର କରିଛି ତାକୁ ତ୍ୟାଗୀ ସମାଜ ବିରୋଧ କରି ରାଜ ରାସ୍ତାକୁ ଓହ୍ଲାଇଛି । ଏପଟେ ଏହାକୁ ଦେଖି ମହେଶ ଶର୍ମା କହିଛନ୍ତି, ଶ୍ରୀକାନ୍ତଙ୍କ ପରିବାର ସହ ମୋର ସହାନୁଭୁତି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଗୁରୁବାର ଭାରତ ବନ୍ଦ ଡାକରା: କ’ଣ ରହିବ ଖୋଲା, କ’ଣ ବନ୍ଦ, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା କୃଷକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ ୧୨ ତାରିଖ ଅର୍ଥାତ୍‌ ଗୁରୁବାର ଭାରତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri