ଧାନ କିଣା ତଦାରଖ ପାଇଁ ପ୍ରତି ମଣ୍ଡିରେ ନିଯୁକ୍ତ ନୋଡାଲ ଅଫିସର

ଭୁବନେଶ୍ୱର,୧୪।୧: ଚଳିତ ଖରିଫ ଋତୁରେ ରାଜ୍ୟରେ ସରକାରୀ ସ୍ତରରେ ଧାନ କିଣା ପ୍ରକ୍ରିୟା ଯାରି ରହିଛି। ଧାନ କିଣା ପ୍ରକ୍ରିୟାକୁ ସ୍ଵଚ୍ଛ ଓ ନିରପେକ୍ଷ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ମଣ୍ଡି ଉପରେ କଡା ନଜର ରଖିବାକୁ ରାଜ୍ୟ ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଉଦ୍ଦେଶ୍ୟରେ ସମ୍ପୃକ୍ତ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କୌଣସି ଯୋଗ୍ୟ ଚାଷୀ ଧାନ କିଣା ବେଳେ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଛି। ମଣ୍ଡିରେ ଚାଷୀ ମାନଙ୍କ ନିମନ୍ତେ ସୁବିଧା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି।

ବର୍ତ୍ତମାନ ବର୍ତ୍ତମାନ ରାଜ୍ୟର ୩୦ଟି ଜିଲାର ୩୯୦୩ ମଣ୍ଡି ପାଇଁ ୩୮୯୩ ଜଣ ନୋଡାଲ ଅଧିକାରୀ ନିଯୁକ୍ତ ହୋଇ ଧାନ ସଂଗ୍ରହ ପ୍ରକ୍ରିୟା ଉପରେ ନଜର ରଖିଛନ୍ତି । ଚାଷୀ ମାନଙ୍କ ସହାୟତା ପାଇଁ ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଧିକାରୀ ମାନେ ନିଯୁକ୍ତ ହେବା ସହ ଦୁଇରୁ ତିନୋଟି ମଣ୍ଡି ଦାୟିତ୍ୱରେ ଜଣେ ସୁପରଭାଇଜରଙ୍କୁ ନିଯୁକ୍ତ ଦିଆଯାଇଛି । ବର୍ତ୍ତମାନ ରାଜ୍ୟରେ ୧୦୩୧ ଜଣ ସୁପରଭାଇଜରଙ୍କୁ ଆବଶ୍ୟକତା ଅନୁଯାୟୀ ଜିଲା ପ୍ରଶାସନ ପକ୍ଷରୁ ନିଯୁକ୍ତ କରାଯାଇଛି ।

ଏହି ଅଧିକାରୀ ମାନେ ମଣ୍ଡିକୁ ଆସୁଥିବା ପ୍ରତ୍ୟେକ ଚାଷୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିକି ଚାଷୀ ମାନେ ସେମାନଙ୍କ ଅଭିଯୋଗ ପ୍ରତ୍ୟକ୍ଷ ଭାବେ ଜଣାଇବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ରାଜ୍ୟର ପଞ୍ଜିକୃତ ଚାଷୀ ମାନଙ୍କ ଠାରୁ ଧାନ କିଣା ଯିବା ସହ କ୍ୱିଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟତା ମୂଲ୍ୟ ବାବଦକୁ ୨୩ଶହ ଟଙ୍କା ଓ ଇନପୁଟ ସହାୟତା ରାଶି ଭାବେ ୮ଶହ ଟଙ୍କା ପ୍ରଦାନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକସେବା ଭବନରେ ଲାଗିଲା ନିଆଁ

ଭୁବନେଶ୍ୱର,୧୮।୨: ଲୋକସେବା ଭବନରେ ମଙ୍ଗଳବାର ଅପରାହ୍ନରେ ପୁଣି ଏକ ଅଘଟଣ ଘଟିଛି। ଅପରାହ୍ନ ପ୍ରାୟ ୪ ଟା ୩୮ ମିନିଟରେ ସମବାୟ ବିଭାଗ ଉପରସ୍ଥ ପରିସରରେ...

ସପ୍ତାହେ ଯାଏ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୮ା୨ (ଅନୁରାଧା ମହାରଣା) – ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୬.୮ ଡିଗ୍ରୀ ରେକର୍ଡ କରାଯାଇଛି। ତେବେ ବୁଧବାରଠାରୁ ସପ୍ତାହେ...

KIIT student death case: ତାତିଲେ ପିଲା, କିଟ୍‌ରେ ଭଙ୍ଗାରୁଜା

ଭୁବନେଶ୍ୱର,୧୮।୨: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT)ରେ ଜଣେ ନେପାଳୀ ଛାତ୍ରଙ୍କ ଆତ୍ମହତ୍ୟା ପରେ, ସାରା ରାଜ୍ୟରେ ଚହଳ ପଡିଛି। କେବଳ ରାଜ୍ୟରେ ନୁହେଁ...

KIIT ରେ ଛାତ୍ରୀ ମୃତ୍ୟୁ ଘଟଣା: ଗିରଫ କରୁ କରୁ ମିଳିଗଲା ଜାମିନ

ଭୁବନେଶ୍ୱର,୧୮।୨: କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ସାରା ରାଜ୍ୟ ଉଠୁଛି ପଡୁଛି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ଘଟଣାରେ ଗିରଫ...

କିଟ୍‌ କାଣ୍ଡର ଖୋଲିଲା ବଡ଼ ଗୁମର, ନେପାଳୀ ଛାତ୍ରୀଙ୍କୁ ହୋଇଥିଲା ବ୍ୟାନ

ଭୁବନେଶ୍ୱର,୧୮।୨: କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ସାରା ରାଜ୍ୟକୁ ତାଜୁବ କରିଦେଇଛି। ଏହାକୁ ନେଇ ରାଜ୍ୟ ରାଜନୀତି ଉଠୁଛିପଡୁଛି। ଘଟଣା ପାଇଁ ଓଡ଼ିଶାକୁ ସାରା...

KIIT student death case: ଛାତ୍ରୀଛାତ୍ରଙ୍କ ଉପରେ କାଲି କରିଥିଲେ ଜୁଲମ, ଆଜି ମାଗିଲେ କ୍ଷମା

ଭୁବନେଶ୍ୱର,୧୮।୨: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT)ରେ ଜଣେ ନେପାଳୀ ଛାତ୍ରଙ୍କ ଆତ୍ମହତ୍ୟା ପରେ, ସାରା ରାଜ୍ୟରେ ଚହଳ ପଡିଛି। କେବଳ ରାଜ୍ୟରେ ନୁହେଁ...

ମଣ୍ଡିରେ ଧାନପଡ଼ି ସରୁଛି ଟୋକନ ଅବଧି:ଧାନ କିଣାବିକାରେ ଚାଲିଛି ଫଲ୍ସଏଣ୍ଟ୍ରି

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ୨ଦିନ ପରେ ୩ମାସ ପୂରିବ। କିନ୍ତୁ ଏବେ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ...

୪୦ଟି ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ: ୧୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଅଂଶଗ୍ରହଣ

ଦିଗପହଣ୍ଡି,୧୮ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି କ୍ଲଷ୍ଟର ଅନ୍ତର୍ଗତ ମଧୁ ବିଦ୍ୟାପୀଠରେ ସିଆରସିସି ଅନିଲ କୁମାର ଦାସଙ୍କ ସଂଯୋଜନାରେ ୨ ଦିନ ଚାଲିଥିବା ବିଷୟ ଭିତ୍ତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri