Categories: ଜାତୀୟ

‘ପଞ୍ଜାବରେ କେହି ସୁରକ୍ଷିତ ନୁହନ୍ତି’

ଚଣ୍ଡିଗଡ଼,୨୯।୫:ପଞ୍ଜାବରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡିଛି। ଅପରାଧୀମାନେ ଆଇନକୁ ଖାତିର କରୁନାହାନ୍ତି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି। ଏପରି କି ପଞ୍ଜାବୀ ଗାୟକ ସିଧୁ ମୂସଓ୍ବୋଲାଙ୍କୁ ହତ୍ୟା ପରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ଅମରିନ୍ଦର। ଏପରି କି ପଞ୍ଜାବରେ କେହି ସୁରକ୍ଷିତ ନୁହନ୍ତି ବୋଲି ଅମରିନ୍ଦର କହିଛନ୍ତି।

ଗାୟକ ସିଧୁ ମୂସଓ୍ବୋଲାଙ୍କୁ ହତ୍ୟା କରାଯିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା। ପଞ୍ଜାବରେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ଆପ୍‌ ସରକାର ବିଫଳ ହୋଇଛି ବୋଲି ଅମରେନ୍ଦ୍ର ଟୁଇଟ କରି କହିଛନ୍ତି।

ସୂଚନା ଯୋଗ୍ୟ ଗାୟକ ସିଧୁ ମୂସଓ୍ବୋଲାଙ୍କୁ ଏକ ଜିପ୍‌ରେ ଗାଁକୁ ଯାଉଥିବାବେଳେ କେତେଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ୭ ରାଉଣ୍ଡ ଗୁଳି ଚଳାଇଥିଲେ। ଫଳରେ ସିଧୁ ମୂସଓ୍ବୋଲାଙ୍କ ପ୍ରବଳ ରକ୍ତ ସ୍ରାବ ହୋଇ ଗୁରୁତର ହୋଇପଡିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁଳିକାଣ୍ଡରେ ଅନ୍ୟ ୩ଜଣ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷେ ଆପ୍‌ ସରକାର ସିଧୁ ମୂସଓ୍ବୋଲାଙ୍କ ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦେଇଥିଲେ। ଏହି ଘଟଣାର ଦିନକ ପରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି।

Share